puri
ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରସୋର ପ୍ରସ୍ତୁତିରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନ । ଘୋଷଯାତ୍ରା ଭଳି ଆଜି ରାତି ୮ଟାରୁ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ଜାରି ହେବ କର୍ଫ୍ୟୁ । ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ନିୟମ ଖିଲାପ କରି ଅନାଧିକାର ଭାବେ ପୁରୀରେ ପ୍ରବେଶ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।
ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ସହ ନିର୍ଦ୍ଧାରିତ ସମୟରେ ରଥଟଣା ଶେଷ କରିବାକୁ ସମସ୍ତ ବନ୍ଦୋବସ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ । SJTA ପକ୍ଷରୁ ଆଜି ବାହୁଡା ପ୍ରସ୍ତୁତି ନେଇ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏଥିରେ ଅଧ୍ୟକ୍ଷତା କରିବେ । ହୋଟେଲ, ଲଜିଂ ଆଉ ଘର ମାଲିକଙ୍କୁ ବଡଦାଣ୍ଡରେ ଓ ଛାତରେ ନ ରହିବା ପାଇଁ ପୋଲିସ ପକ୍ଷରୁ ତାଗିଦ କରାଯାଇଛି । ସେପଟେ ନବମୀ ତିଥୀରେ ଆଜି ସନ୍ଧ୍ୟା ଦର୍ଶନ କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/puri-6.jpg)