Advertisment

ଚରମ୍ପା ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନର ୫୦୦ ମିଟର ଅଞ୍ଚଳ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏ ଏହି କର୍ଫ୍ୟୁ କଟକଣା ବଳବତ୍ତର ରହିବ। ଚରମ୍ପା ଷ୍ଟେସନର ୫୦୦ ମିଟର ପରିସରରେ ଥିବା ଡଗରାସାହିରୁ ଗୁଠୁଣିଆ ବଜାର ଓ ରେଲୱେ ମାଲ ଗୋଦାମ , ତେଲଙ୍ଗାସାହି ଗଳି ଛକରୁ ଚରମ୍ପା କୈଳାସ ସିନେମା ହଲ୍‌ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ। […]

author-image
Jyoshna Pradhan
ଚରମ୍ପା ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ

bhadrak

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନର ୫୦୦ ମିଟର ଅଞ୍ଚଳ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏ ଏହି କର୍ଫ୍ୟୁ କଟକଣା ବଳବତ୍ତର ରହିବ।

Advertisment

ଚରମ୍ପା ଷ୍ଟେସନର ୫୦୦ ମିଟର ପରିସରରେ ଥିବା ଡଗରାସାହିରୁ ଗୁଠୁଣିଆ ବଜାର ଓ ରେଲୱେ ମାଲ ଗୋଦାମ , ତେଲଙ୍ଗାସାହି ଗଳି ଛକରୁ ଚରମ୍ପା କୈଳାସ ସିନେମା ହଲ୍‌ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ୨ଟି ଟ୍ରେନ୍‌ ମଧ୍ୟରୁ ଗୋଟିଏ ଆଜି ଓ ଅନ୍ୟଟି ଆସନ୍ତା କାଲି ଭୋରରୁ ଭଦ୍ରକ ଚରମ୍ପା ଷ୍ଟେସନରେ ପହଞ୍ଚିବ । ତେଣୁ ସଂକ୍ରମଣ ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସେଠାରେ ଓହ୍ଲାଇବାକୁ ଥିବା ଯାତ୍ରୀମାନଙ୍କ ନାମ ତାଲିକାଭୁକ୍ତ ହୋଇଛି କି ନାହିଁ ତାହା ଯାଞ୍ଚ ପରେ ସେମାନଙ୍କ ମେଡିକାଲ ସ୍କ୍ରିନିଂ କରାଯିବ। ସେଠାରେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି। ଏହାପରେ ଉକ୍ତ ଯାତ୍ରୀମାନଙ୍କୁ ଚରମ୍ପା ଷ୍ଟେସନରୁ ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇ କେନ୍ଦ୍ରକୁ ନିଆଯିବ।  ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜ ଜିଲ୍ଲାକୁ ପଠାଯିବ ବୋଲି ସୂଚନା ମିଳିଛି ।

Advertisment