Advertisment

ଖାଁ ଖାଁ ବଗି ଧରି ଶାଲିମାରରୁ ଛାଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍‌

୬ ଦିନ ତଳେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ୍‌ ରକ୍ତ ରଞ୍ଜିତ ହୋଇଥିଲା। କରମଣ୍ଡଳ ଲୋପ୍‌ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା। ସେହି ସମୟରେ ୟଶବନ୍ତପୁର-ହାଓଡା ଏକ୍ସପ୍ରେସ୍‌ର ଦୁଇଟି ବଗି ଉପରେ ପଡ଼ିଥିଲା କରମଣ୍ଡଳ।

author-image
Manoranjan Sial
ଅଦ୍ୟତନ ହୋଇଛି
Coromandel Express

Coromandel Express

ଭୟ ଭିତରେ ଆଜି ପଶ୍ଚିମବଙ୍ଗ ଶାଲିମାରରୁ ପୁଣି ଥରେ ଛାଡ଼ିଛି କରମଣ୍ଡଳ ଏକ୍ସପ୍ରେସ୍‌। ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ କରିଥିଲା କରମଣ୍ଡଳ ଏକ୍ସପ୍ରେସ୍‌। କିନ୍ତୁ ପୂର୍ବ ପରି ନଥିଲେ ଖଚାଖଚ୍‌ ଯାତ୍ରୀ। ବଗିରେ କାଁ ଭାଁ ଲୋକ ବସିଥିଲେ। ବଗିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଭିତରୁ କିଏ ହାତ ଯୋଡ଼ି ବସିଥିଲା ତ ଆଉ କିଏ କିଛି ଉଚ୍ଚାରଣ କଲା ପରି ଦେଖାଯାଉଥିଲା। ସେପଟେ କିନ୍ତୁ ପୂର୍ବ ପରି କରମଣ୍ଡଳ ଏକ୍ସପ୍ରେସ୍‌ର ବେଗ ବେଶୀ ନଥିଲା।

Advertisment

୬ ଦିନ ତଳେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ୍‌ ରକ୍ତ ରଞ୍ଜିତ ହୋଇଥିଲା। କରମଣ୍ଡଳ ଲୋପ୍‌ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା। ସେହି ସମୟରେ ୟଶବନ୍ତପୁର-ହାଓଡା ଏକ୍ସପ୍ରେସ୍‌ର ଦୁଇଟି ବଗି ଉପରେ ପଡ଼ିଥିଲା କରମଣ୍ଡଳ। ଫଳରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେହି ଭୟଙ୍କର ଓ ଛାତିଥରେ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଥରାଇଦେଇଥିଲା।

ଦୁର୍ଘଟଣାରେ ଟ୍ରେନ୍‌ ଟ୍ରାକ୍‌ ନଷ୍ଟ ଓ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ମରାମତି ପରେ ଟ୍ରାକ୍‌ରେ ପୁଣି ଥରେ ଦୌଡ଼ିଛି ଟ୍ରେନ୍‌। ପ୍ରଥମେ ଚାଲିଥିଲା, ଇଞ୍ଜିନ୍‌, ତାପରେ ମାଲବାହୀ ଟ୍ରେନ୍‌। ଆଉ ଆଜି ସେହି ଟ୍ରାକ୍‌ରେ ଯିବ କରମଣ୍ଡଳ ଏକ୍ସପ୍ରେସ୍‌। ସେଥିପାଇଁ ନିର୍ଦ୍ଧାରିତ ସମୟରେ ସାଲିମାରରୁ ଛାଡ଼ିଛି କରମଣ୍ଡଳ ଏକ୍ସପ୍ରେସ୍‌। ପୂର୍ବ ଦିନ ଅପେକ୍ଷା ଆଜି ଅଳ୍ପ ଯାତ୍ରୀ ଯାତ୍ରା କରୁଛନ୍ତି। ଜରୁରୀ କାମ ଥିବାରୁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ୁଛି ବୋଲି କିଛି ଯାତ୍ରୀ କହିଛନ୍ତି।

Advertisment

କରମଣ୍ଡଳରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି, କରମଣ୍ଡଳରେ ଯିବା ପାଇଁ ପରିବାର ଲୋକ ମନା କରୁଥିଲେ। ମନା କଲେ କ’ଣ ହେବ? କାମ ତ କରିବାକୁ ପଡ଼ିବ? ଜିନ୍ଦେଗି ତ ରିସ୍କ ହେ। ଡରିକି ଘରେ ବସିଲେ କେମିତି ଚଳିବୁ? ଯାହାହେଲେ ମଧ୍ୟ ଯିବାକୁ ପଡ଼ିବ। ତେଣୁ ଯାଉଛି ବୋଲି ଯାତ୍ରୀ ଜଣକ କହିଛନ୍ତି।

Coromandel Express BalasoreTrainAccident