ହାତ ମାରୁ ମାରୁ ମରି ଯାଉଥିଲେ | BalasoreTrainTragedy | Odisha Reporter
'ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ'। ଶୁକ୍ରବାର ବାଲେଶ୍ବର ବାହାନଗା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ ସମାଜସେବୀ ଦିଲ୍ଲିପ ପଟ୍ଟନାୟକ, ବଖାଣିଲେ ଛାତିଥରା ଦୃଶ୍ୟ। ସେ ଆମ ଆଗରେ କହିଛନ୍ତି ହୃଦୟବିଦାରକ ସେ ରାତିର ଦୃଶ୍ୟ । କେମିତି ତାଙ୍କ ଆଗରେ ଟଳିପଡୁଥିଲେ ଲୋକେ ? ଚାହୁଁ ଚାହୁଁ ଦେହ ହୋଇଯାଉଥିଲା ଥଣ୍ଡା । ପାଣି ଟିକିଏ ପିଇବା ପାଇଁ ଡହଳ ବିକଳ ହେଉଥିଲେ । ପାଣି ଟିକେ ପାଟିରେ ଦେଉ ଦେଉ ଟଳି ପଡୁଥିଲେ ଭୂମି ଉପରେ, କାହାର ଗୋଡ ନଥିଲା ତ କାହାର ହାତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
