Advertisment

କରୋନା ଭାଙ୍ଗିଦେଲା ଆର୍ଥିକ ମେରୁଦଣ୍ଡ, ନିଜେ ବଳଦ ସାଜି ଚାଷ କଲେ ତିନି ଭାଇ

ବରଗଡ଼( ଦୀପକ ଶର୍ମା): ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରୀ  ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଚାଷୀ ଉପରେ ପଡିଛି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଚାଷୀ ପରିବାରର ତିନି ଭାଇ ନିଜେ ହଳ ବଳଦ ସାଜି ଚାଷ କରିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ମାଛିମୋରା ଗାଁରେ । ଗାଁର ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ ଭୂମିହୀନ। ତାଙ୍କର […]

author-image
Tapas Behera
ଅଦ୍ୟତନ ହୋଇଛି
କରୋନା ଭାଙ୍ଗିଦେଲା ଆର୍ଥିକ ମେରୁଦଣ୍ଡ, ନିଜେ ବଳଦ ସାଜି ଚାଷ କଲେ ତିନି ଭାଇ

7mn

ବରଗଡ଼( ଦୀପକ ଶର୍ମା): ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରୀ  ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଚାଷୀ ଉପରେ ପଡିଛି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଚାଷୀ ପରିବାରର ତିନି ଭାଇ ନିଜେ ହଳ ବଳଦ ସାଜି ଚାଷ କରିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି  ବରଗଡ଼ଜିଲ୍ଲା ସୋହେଲା ବ୍ଲକ ମାଛିମୋରା ଗାଁରେ ।

Advertisment

ଗାଁର ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ ଭୂମିହୀନ। ତାଙ୍କର ୬ ପୁଅ । ଏମାନଙ୍କ ମଧ୍ୟରୁ ଦୁଇ ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଲକଡାଉନରେ ଫସି ରହିଛନ୍ତି । ଘରେ ଚାରି ପୁଅ ଅନ୍ୟ ଲୋକଙ୍କ କାମ କରିବା ସହ ଅନ୍ୟ ଲୋକଙ୍କ ଜମିରେ ଚାଷ କରି ପରିବାର ପୋଷଣ କରିଥାନ୍ତି । ମାତ୍ର କରୋନା ଲାକଡାଉନ ଯୋଗୁ କାମ ମିଳିବା କଷ୍ଟକର ହୋଇ ପଡ଼ିଥିବା ବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ସମସ୍ତ ଭାଇ ମିଳିମିଶି ଚାଷ କରୁଛନ୍ତି । ତେବେ ଅର୍ଥାଭାବରୁ ନିଜେ ହଳ ବଳଦ ସାଜି ଅଧ ଏକର ଜମିରେ ଲଙ୍କା ମରିଚ ଚାଷ କରିଛନ୍ତି । ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି ।

ତିନି ଭାଇଙ୍କ ମଧ୍ୟରୁ ରଞ୍ଜିତ  ଜନ୍ମରୁ ଦିବ୍ୟାଙ୍ଗ । ମ୍ୟାଟ୍ରିକ ପାସ କରିବା ପରେ ବରଗଡ଼ ଡାଏଟରେ ସେ ସିଟି ତାଲିମରେ ନାମ ଲେଖାଇଥିଲେ। ଏବେ କରୋନା ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେଣୁ ତାଙ୍କର ଅକ୍ଷମ ସତ୍ୱେ ପରିବାରର ଅଭାବ ଅନାଟନ ତାଙ୍କୁ ବିଲକୁ ଟାଣି ନେଇଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଏବେ କାମ ଧନ୍ଦା ସାଙ୍ଗକୁ ସରକାରୀ ସହଯୋଗ ଅପହଞ୍ଚ ଥିବାରୁ ଗରିବ ଚାଷୀଙ୍କୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଏମାନେ ଗୁହାରି କରିଛନ୍ତି ।

Advertisment

ଜଣେ ଭାଇ ଅକ୍ଷୟ ପ୍ରଧାନ କହିଛନ୍ତି ଯେ, ପଇସାପତ୍ର ଅଭାବ ଥିଲା। ଭାବିଲୁ ଆମେ ସବୁ କାମ ନିଜେ କରିଦେବୁ। କାହାକୁ ହଳଲଙ୍ଗଲ ମାଗିବୁ କାହା ଘରକୁ ଯିବୁ ଏହା ଅନୁଭବ କରି ଆମେ ନିଜେ ଭାଇ ଭାଇ ମିଶି ବଳଦ ସାଜି ଚାଷ କଲୁ। ତେବେ ପେଟ ପାଇଁ ଚାଷୀ ବଳଦ ସାଜିବା ଦୃଶ୍ୟ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଇଟିଛି।

Unemloyment