Advertisment

ରାଜ୍ୟରେ ଲମ୍ବ ଡିଆଁ ମାରିଲା କରୋନା, ଏବେ ୮୦୦ ମୁହାଁ, ଆଖି ବୁଜିଲେ ଜଣେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲମ୍ବ ଡିଆଁ ମାରିଛି କରୋନା। ଗତ କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିବା ବେଳେ ଆଜି ତାହା ହଠାତ୍‌ ୮୦୦ ମୁହାଁ ହୋଇଛି।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀରେ ଜଣେ ୨୮ ବର୍ଷୀୟ କରୋନା ଆକ୍ରାନ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଯୁବକଜଣକ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ଜଣାଯାଇଛି। ୭୯୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୪୫୯ ଚିହ୍ନଟ ହୋଇଥିବା […]

ଅଦ୍ୟତନ ହୋଇଛି
ଇମାମୀ ପେପର ମିଲ୍‌ରୁ ୧୦୧ କରୋନା ପଜିଟିଭ୍ ଚିହ୍ନଟ

corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲମ୍ବ ଡିଆଁ ମାରିଛି କରୋନା। ଗତ କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିବା ବେଳେ ଆଜି ତାହା ହଠାତ୍‌ ୮୦୦ ମୁହାଁ ହୋଇଛି।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ପୁରୀରେ ଜଣେ ୨୮ ବର୍ଷୀୟ କରୋନା ଆକ୍ରାନ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଯୁବକଜଣକ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ଜଣାଯାଇଛି।

୭୯୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୪୫୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୩୨ ଚିହ୍ନଟ ହୋଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୮ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ବରଗଡ଼ରୁ ୪୮, କଟକରୁ ୪୬, ସମ୍ବଲପୁରରୁ ୪୫ ଓ ପୁରୀରୁ ୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୩୮, ଝାରସୁଗୁଡ଼ାରୁ୩୧, ନୂଆପଡ଼ାରୁ ୩୧ ଓ ଷ୍ଟେଟପୁଲରୁ ୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩,୪୪,୬୪୭ରେ ପହଞ୍ଚିଥିବା ବେଳେ ୩,୩୮,୪୧୬ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୪୨୫୫ ଆକ୍ଟିଭ କେସ୍‌ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe