Advertisment

କଟକରେ କମିଛି ଆକ୍ଟିଭ୍ କେସ୍

କଟକ ( ଓଡ଼ିଶା ରିପୋର୍ଟର): କଟକବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଜିଲ୍ଲାରେ କମିଛି ସକ୍ରିୟ  କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଏହି ସୂଚନା ଦେଇଛନ୍ତି CMC କମିଶନର ଅନନ୍ୟା ଦାଶ। ସେ କହିଛନ୍ତି ଯେ, କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଶହ ସୁସ୍ଥ ହୋଇଛନ୍ତି। ୧୪୩ଟି ଆକ୍ଟିଭ କେସ ରହିଥିବା ବେଳେ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। CMC ଓ ଗ୍ରାମାଞ୍ଚଳରେ ଘରକୁ ଘର […]

author-image
Tapaswini Nayak
ଅଦ୍ୟତନ ହୋଇଛି
କଟକରେ କମିଛି ଆକ୍ଟିଭ୍ କେସ୍

cmc8888888888888

କଟକ ( ଓଡ଼ିଶା ରିପୋର୍ଟର): କଟକବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଜିଲ୍ଲାରେ କମିଛି ସକ୍ରିୟ  କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଏହି ସୂଚନା ଦେଇଛନ୍ତି CMC କମିଶନର ଅନନ୍ୟା ଦାଶ।

Advertisment

ସେ କହିଛନ୍ତି ଯେ, କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଶହ ସୁସ୍ଥ ହୋଇଛନ୍ତି। ୧୪୩ଟି ଆକ୍ଟିଭ କେସ ରହିଥିବା ବେଳେ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। CMC ଓ ଗ୍ରାମାଞ୍ଚଳରେ ଘରକୁ ଘର ସର୍ଭେ ଚାଲିଛି। ଲକ୍ଷଣ ଥିବା କିଛି ଲୋକଙ୍କୁ ପରୀକ୍ଷା କରାଯାଉଛି। ଲୋକମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଛି।

ତେବେ କଟକରେ ଥିବା ବିଭିନ୍ନ ହସ୍ପିଟାଲରେ କରୋନା ଯେଭଳି ନ ବ୍ୟାପିବ, ଏନେଇ ସୂଚନା ଦେଇ କମିଶନର କହିଛନ୍ତି ଯେ ସବୁ ମେଡିକାଲ OPDରେ PPE ପିନ୍ଧି ଡାକ୍ତର ରୋଗୀ ଦେଖୁଛନ୍ତି। ଯେଉଁ ରୋଗୀଙ୍କର ଆଡମିଶନ ଦରକାର, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେଉଛି। ଏଯାବତ ୧୭ ଶହ ଆଣ୍ଟିଜେନ ଟେଷ୍ଟ କରି ଆକ୍ରାନ୍ତ ଚିହ୍ନଟ କରାଯାଇଛି। SCB ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ OPDକୁ ଭାଗ କରାଯାଇଛି। OPD ଭାଗ ଭାଗ କରି ରୋଗୀ ଏକତ୍ରୀକରଣକୁ ରୋକା ଯାଇଛି।

Advertisment

CMC କମିଶନର ଆହୁରି କହିଛନ୍ତି ଯେ, କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା ହୋଇଛି। LNT ଗୋପାଳପୁରରେ ୧୦୭ ବେଡ୍ରେ କୋଭିଡ କେୟାର ସେଣ୍ଟର କରାଯାଇଛି। ବିଦ୍ୟାଧରପୁର OSHB କେନ୍ଦ୍ରରେ ୯୮ ବେଡ୍ର କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି। OATରେ ୨୨୦ ବେଡର ମଧ୍ୟ ବ୍ୟବସ୍ଥା ଚାଲିଛି।
ଏପରିକି ଯେଉଁମାନଙ୍କର ଲକ୍ଷଣ ନ ଥିବା ବା କମ୍ ଥିବ ସେମାନେ CCCରେ ରହିବେ। ଯେଉଁମାନଙ୍କର ଭେଣ୍ଟିଲେଟର ଦରକାର ବା ଗୁରୁତର ଥିବେ, ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଯିବେ। ଆସନ୍ତା ୧୪ ଦିନରେ ଘରକୁ ଘର ସର୍ଭେରେ ସମସ୍ତେ ସହଯୋଗ କରିବା ପାଇଁ CMC କମିଶନର ନିବେଦନ କରିଛନ୍ତି।

Cmc