Advertisment

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୨ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ୍‌ ୧୩୨୦ ଜଣଙ୍କର କରୋନାରେ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ମୃତ୍ୟୁ ବରଣ କରିଥିବା ୧୨ ଜଣଙ୍କ ଭିତରୁ ଖୋର୍ଦ୍ଧାରୁ ୫ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪, ଗଞ୍ଜାମରୁ ଜଣେ, ନୂଆପଡ଼ାରୁ ଜଣେ ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୨୮୮୬୪୬ ଜଣ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରାଜ୍ୟରେ କରୋନାରେ ଆଉ ୧୭ ଆଖି ବୁଜିଲେ

corona-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ୍‌ ୧୩୨୦ ଜଣଙ୍କର କରୋନାରେ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

Advertisment

ମୃତ୍ୟୁ ବରଣ କରିଥିବା ୧୨ ଜଣଙ୍କ ଭିତରୁ ଖୋର୍ଦ୍ଧାରୁ ୫ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪, ଗଞ୍ଜାମରୁ ଜଣେ, ନୂଆପଡ଼ାରୁ ଜଣେ ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ ୨୮୮୬୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୩୮୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୪୪୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୫୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Advertisment

Corona