corona-25
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଜଣେ ମହିଳାଙ୍କ ସମେତ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼, ଗଜପତି ଜିଲ୍ଲାରୁ ଜଣେ ଲେଖା କରୋନା ଯୋଗୁ ପ୍ରାଣ ହରାଇଥିବା ଜଣାଯାଇଛି।
ଗଞ୍ଜାମ ଜିଲ୍ଲାରୁ କରୋନା ଯୋଗୁ ଆଖି ବୁଜିଥିବା ବ୍ୟକ୍ତିଙ୍କ ବୟସ ଯଥାକ୍ରମେ ୪୪,୫୪,୬୩ ଓ ୭୦। ଏହାବ୍ୟତୀତ ଜଣେ ୫୬ ବର୍ଷୀୟା ମହିଳା ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଓ ୬୩ ବର୍ଷୀୟ ବୃଦ୍ଧ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ଅନ୍ୟମାନେ ଡାଇବେଟିସିରେ ପୀଡ଼ିତ ଥିବା ଜଣାଯାଇଛି।
ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତକ ୩ ଜଣଙ୍କ ବୟସ ୭୦, ୬୨ ଓ ୪୦ । ସେମାନଙ୍କ ମଧ୍ୟରୁ ୭୦ ବର୍ଷୀୟ ବୃଦ୍ଧ ଓ ୪୦ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ।
ଗଜପତି ଜିଲ୍ଲାରେ ଜଣେ ୪୯ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।
ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୫୬ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ କରୋନା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/corona-25.jpg)