ରାଜ୍ୟରେ କମୁଛି କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପ୍ରତିଦିନ ଏକ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଧୀରେ ଧୀରେ ବ୍ରେକ ଲାଗୁଛି । ଗଲା ଦୁଇ ଦିନ ହେବ ଲଗାତର ୧୦ ତଳେ କରୋନା ମୃତ୍ୟୁ ସଂଖ୍ୟା ରହିଛି ।  ୨୪ ଘଂଟାରେ ରାଜ୍ୟରେ ଆଉ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । […]

2-corona-22

2-corona-22

Madhupriya Mistry
  • Published: Monday, 30 November 2020
  • Updated: 30 November 2020, 11:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପ୍ରତିଦିନ ଏକ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଧୀରେ ଧୀରେ ବ୍ରେକ ଲାଗୁଛି । ଗଲା ଦୁଇ ଦିନ ହେବ ଲଗାତର ୧୦ ତଳେ କରୋନା ମୃତ୍ୟୁ ସଂଖ୍ୟା ରହିଛି ।  ୨୪ ଘଂଟାରେ ରାଜ୍ୟରେ ଆଉ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧ ଜିଲ୍ଲାରୁ ସର୍ବଧିକ ୩ ଜଣ ଅଛନ୍ତି । ସମସ୍ତ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୩୫, ୫୫, ୬୦ ରହିଛି । ସେହିପରି ନୂଆପଡା ଜିଲ୍ଲାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ ଜେଣ ୬୦ ବର୍ଷୀୟ ବୃଦ୍ଧ ଏବଂ ଜେଣ ୫୦ ବର୍ଷୀୟ ମହିଳ  ଅଛନ୍ତି ।


ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୮୭୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୬୭୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୧୧୨୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos