ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପ୍ରତିଦିନ ଏକ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଧୀରେ ଧୀରେ ବ୍ରେକ ଲାଗୁଛି । ଗଲା ଦୁଇ ଦିନ ହେବ ଲଗାତର ୧୦ ତଳେ କରୋନା ମୃତ୍ୟୁ ସଂଖ୍ୟା ରହିଛି । ୨୪ ଘଂଟାରେ ରାଜ୍ୟରେ ଆଉ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧ ଜିଲ୍ଲାରୁ ସର୍ବଧିକ ୩ ଜଣ ଅଛନ୍ତି । ସମସ୍ତ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୩୫, ୫୫, ୬୦ ରହିଛି । ସେହିପରି ନୂଆପଡା ଜିଲ୍ଲାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ ଜେଣ ୬୦ ବର୍ଷୀୟ ବୃଦ୍ଧ ଏବଂ ଜେଣ ୫୦ ବର୍ଷୀୟ ମହିଳ ଅଛନ୍ତି ।
3.A 55-year-old male of Khordha district.
4.A 60-year-old male of Nuapada district.
5.A 50-year-old female of Nuapada district.
— H & FW Dept Odisha (@HFWOdisha) November 30, 2020
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୮୭୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୬୭୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧୧୨୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।