ରାଜ୍ୟରେ ୫ ତଳକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମିଲା କରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟ ୧୦ ଉପରେ ରହୁଥିବା ବେଳେ ଆଜି ଏଥିରେ ବ୍ରେକ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୩୪ରେ ପହଞ୍ଚିଛି । ଏନେଇ […]

corona-vvirus

Madhupriya Mistry
  • Published: Sunday, 29 November 2020
  • , Updated: 29 November 2020, 12:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମିଲା କରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟ ୧୦ ଉପରେ ରହୁଥିବା ବେଳେ ଆଜି ଏଥିରେ ବ୍ରେକ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୩୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାର ଜଣେ ୫୬ ବର୍ଷୀୟ ମହିଳା ଅଛନ୍ତି । ସେ କରୋନାରେ ପୀଡିତ ହେବା ସହ ତାଙ୍କର ଉକ୍ତ ରକ୍ତଚାପ ସମସ୍ୟା ଥିଲା । ସେହିପରି ଭୁବନେଶ୍ୱରର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି । ତାଙ୍କର ପୂର୍ବରୁ ଡାଇବେଟିସ ଏବଂ ଉକ୍ତ ରକ୍ତଚାପ ସମସ୍ୟା ଥିଲା ।

ସେହିପରି ଢ଼େଙ୍କାନାଳର ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନାରେ ଆଖି ବୁଜିଛନ୍ତି । ସେ ମଧ୍ୟ ମଧୁମେହ ଏବଂ ଉକ୍ତ ରକ୍ତଚାପ ରୋଗରେ ପୀଡିତ ଥିଲେ । ଅନ୍ୟପଟେ ବାଲେଶ୍ୱରର ୪୩ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।  ପୂର୍ବରୁ ତାଙ୍କର ମଧ୍ୟ ମଧୁମେହ ସମସ୍ୟା ଥିଲା ।

Related story