Advertisment

ରାଜ୍ୟରେ ମାଡ଼ୁଛି କରୋନା, ଦିନକରେ ୭୩ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଓଡ଼ିଶାରେ ମୋଟ ୭୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୪୫ ଥିବାବେଳେ ଆଜି ସେଥିରେ ଆଉ ୭୩ଜଣ ନୂଆ ଯୋଡ଼ି ହୋଇଛନ୍ତି। ଏହାସହିତ ଓଡ଼ିଶାରେ ଏବେ ୩୫୪ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାପଡ଼ିଛି। ସୂଚନା ଓ ଲୋକସମ୍ପର୍କ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ମୋଟ ୭୩ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୪୪ଜଣ ଓ ୨୯ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି […]

ଅଦ୍ୟତନ ହୋଇଛି
ପୁଣି ଏହି ରାଜ୍ୟକୁ ଫେରିଲା କରୋନା କଟକଣା

corona1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଓଡ଼ିଶାରେ ମୋଟ ୭୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୪୫ ଥିବାବେଳେ ଆଜି ସେଥିରେ ଆଉ ୭୩ଜଣ ନୂଆ ଯୋଡ଼ି ହୋଇଛନ୍ତି। ଏହାସହିତ ଓଡ଼ିଶାରେ ଏବେ ୩୫୪ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାପଡ଼ିଛି।

Advertisment

ସୂଚନା ଓ ଲୋକସମ୍ପର୍କ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ମୋଟ ୭୩ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୪୪ଜଣ ଓ ୨୯ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ବର୍ଷ ବୟସରୁ କମ୍ ୧୧ଜଣ ପିଲା ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମୋଟ ୪୧ଜଣ କରୋନା ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାରେ ୬ଜଣ, ପୁରୀ ଜିଲ୍ଲାରେ ୬ଜଣ, କଟକରେ ୪ଜଣ, ସୁନ୍ଦରଗଡ଼ରେ ୩ଜଣ, ସମ୍ବଲପୁର,କେନ୍ଦ୍ରାପଡ଼ା ଓ ବଳାଙ୍ଗିରରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହିତ ୧୦ଜଣ ସଂକ୍ରମିତ ରାଜ୍ୟ ପୁଲରେ ଚିହ୍ନଟ ହୋଇଛନ୍ତି । ମୋଟ ୧୪୩୬୧ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ମାତ୍ର ୦.୫୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ପ୍ରାୟ ଏକ ସପ୍ତାହ ଧରି କ୍ରମାଗତ ଭାବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

Advertisment
Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe