Advertisment

‘କରୋନା ସଂକ୍ରମଣ ବଢ଼ୁଛି, ଥ୍ରୀ-T ଫର୍ମୁଲା ଦରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି। ଅଧିକ ଟେଷ୍ଟିଂ କଲେ ଅଧିକ ପଜିଟିଭ ଆସୁଛି। ଏଥିପାଇଁ ଥ୍ରୀ-T (ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ) ଫର୍ମୁଲା ଦରକାର। ହୋମ୍‌ ଆଇସୋଲେସନ ସୁବିଧା ନ ଥିଲେ କୋଭିଡ୍‌ କେୟାର ଯାଆନ୍ତୁ। ବର୍ତ୍ତମାନ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ଅଧିକାଂଶ ଲକ୍ଷଣ ବିହୀନ। ରାଜ୍ୟ ସରକାର କୋଭିଡ୍‌ ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ମହାମାରୀ କରୋନାର ଦ୍ୱିତୀୟ ଲହରୀରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅସମ୍ଭାଳ ହେଲାଣି କରୋନା: ଦିନକରେ ୬୮ ହଜାର ସଂକ୍ରମିତ, ଗଲା ଆଉ ୨୯୧ ଜଣଙ୍କ ଜୀବନ

Corona1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି। ଅଧିକ ଟେଷ୍ଟିଂ କଲେ ଅଧିକ ପଜିଟିଭ ଆସୁଛି। ଏଥିପାଇଁ ଥ୍ରୀ-T (ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ) ଫର୍ମୁଲା ଦରକାର। ହୋମ୍‌ ଆଇସୋଲେସନ ସୁବିଧା ନ ଥିଲେ କୋଭିଡ୍‌ କେୟାର ଯାଆନ୍ତୁ। ବର୍ତ୍ତମାନ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ଅଧିକାଂଶ ଲକ୍ଷଣ ବିହୀନ। ରାଜ୍ୟ ସରକାର କୋଭିଡ୍‌ ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Advertisment

ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ଘାଇଲା ହୋଇଲା ଦିଲ୍ଲୀ ଓ ମୁମ୍ୱାଇ ପରି ମହାନଗର। ସେଠାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ଯାଉଛି। ସେହାକୁ ନଜର ରଖି ଦିଲ୍ଲୀ ଓ ମୁମ୍ୱାଇରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ସମାନ ସ୍ଥିତି ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ରେ ଦେଖିବାକୁ ମିଳିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କେତେକ ସହରରେ ଛତିଶଗଡ଼ ସରକାର ନାଇଟ୍‌ କର୍ଫ୍ୟୁ କରିଛନ୍ତି। କରୋନା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି।

ଛତିଶଗଡ଼ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନଜର ରଖି ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି।

Advertisment

ସେପଟେ ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରି ପଶ୍ଚିମ ଓଡ଼ିଶାକୁ ଫୋକ୍‌ସ ଦେଇଥିଲେ। ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ଥିତି ଅନୁଧ୍ୟାନ କରିବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲା। ଯାହାକୁ ପାଳନ କରିବାକୁ ଯାଇ ଗତକାଲି ଉନ୍ନୟନ କମିଶନର ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ।

ଅମାନିଆଙ୍କୁ ସାବାଡ଼ କରିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପାଳନ କରିବାକୁ ଯାଇ ରାଜ୍ୟ ବ୍ୟାପୀ ସ୍ପେଶାଲ୍‌ ଡ୍ରାଇଭ୍‌ କରାଯାଉଛି। ୬ ତାରିଖରୁ ୭ ତାରିଖ(୨୪ ଘଣ୍ଟା) ସକାଳ ଭିତରେ ରାଜ୍ୟ ପୁଲିସ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ୭ ତାରିଖ ସକାଳରୁ ୮ ତାରିଖ ସକାଳ(୨୪ ଘଣ୍ଟା) ଭିତରେ ପୁଲିସ ୨୫ ଲକ୍ଷ ୭୯୦୦ ଟଙ୍କା ଜରିମାନା ଆଦାୟ କରିଛି। ମାସ୍କ ଓ ସାମାଜିକ ଦୂରତ୍ୱ ଉଲ୍ଲଂଘନକାରୀ ୯୪୦୦ ଜଣଙ୍କୁ ଜରିମାନା କରାଯାଇଛି।ସ୍ପେଶାଲ ଡ୍ରାଇଭରେ ମୋଟ ୧୩୬ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି।

Corona In Odisha