‘ଓଡ଼ିଶାରେ କରୋନା ବଢ଼ୁଛି, କିନ୍ତୁ ଚିନ୍ତାଜନକ ନୁହେଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା କ୍ରମାଗତ ବୃଦ୍ଧି ପାଉଛି, ମାତ୍ର ପରିସ୍ଥିତି ଚିନ୍ତାଜନକ ନୁହେଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୋମବାର ୪୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମହାପାତ୍ର କହିଛନ୍ତି ଯେ, ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ କୋଭିଡ୍ ଟୀକାକରଣ ଓ ସର୍ଭିଲାନ୍ସ ମାଧ୍ୟମରେ […]

corona

Ordigital Desk
  • Published: Monday, 20 June 2022
  • , Updated: 21 June 2022, 12:10 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା କ୍ରମାଗତ ବୃଦ୍ଧି ପାଉଛି, ମାତ୍ର ପରିସ୍ଥିତି ଚିନ୍ତାଜନକ ନୁହେଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୋମବାର ୪୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମହାପାତ୍ର କହିଛନ୍ତି ଯେ, ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ କୋଭିଡ୍ ଟୀକାକରଣ ଓ ସର୍ଭିଲାନ୍ସ ମାଧ୍ୟମରେ ଆଗୁଆ ପଦକ୍ଷେପ ନିଆଯାଇଛି । ଡୋର ଟୁ ଡୋର ଟେଷ୍ଟିଂ ଆସନ୍ତାକାଲିଠୁ ଆରମ୍ଭ ହେବ । ଯେଉଁମାନେ କରୋନା ସଂକ୍ରମିତ ଅଛନ୍ତି ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଏବେସୁଦ୍ଧା ୨୯ଲକ୍ଷ ଲୋକ କରୋନାର ଦ୍ୱିତୀୟ ଟୀକା ନେଇନାହାନ୍ତି । ଏପରିକି ୪୦% ସ୍ୱାସ୍ଥ୍ୟକର୍ମୀ ଓ ୧୦ପ୍ରତିଶତ କୋଭିଡ୍ ଯୋଦ୍ଧା ମଧ୍ୟ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ୍ ନେଇନଥିବା ସେ କହିଛନ୍ତି । ଜୁନ ୧ରୁ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ ହୋଇଛି । ୧୮ବର୍ଷ ବୟସରୁ ଅଧିକ ପ୍ରାୟ ୯୬% ଲୋକ, ୧୨-୧୪ବର୍ଷର ୯୧ ପ୍ରତିଶତ, ୧୫ରୁ ୧୭ବର୍ଷ ମଧ୍ୟରେ ୮୦ ପ୍ରତିଶତ ପିଲା ନିଜର ପ୍ରଥମ ଟୀକା ନେଇଛନ୍ତି । ହର ଘର ଦସ୍ତକ ଅଭିଯାନରେ ଏପର୍ଯ୍ୟନ୍ତ ୧.୪୬ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇ ସାରିଛି ବୋଲି ସେ କହିଛନ୍ତି ।
ରାଜ୍ୟରେ ଗତ ପ୍ରାୟ ଏକ ସପ୍ତାହ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ୫୧ଜଣ, ଶନିବାର ୩୮ଜଣ, ଗୁରୁବାର ୪୧ଜଣ ଲୋକ  ସଂକ୍ରମିତ ହୋଇଥିଲେ ।
ଅନ୍ୟପକ୍ଷରେ ରାଜ୍ୟ ସରକାର ଏବେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ବୁର୍ଲାସ୍ଥିତ ଭୀମସାରରେ କୋଭିଡ୍ ୱାର୍ଡ ପୁଣିଥରେ ଖୋଲିଛି । ଗତ ଏକ ସପ୍ତାହ ଧରି ରାଜ୍ୟରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଛି ।
ସୂଚନା ଅନୁସାରେ, କଟକସ୍ଥିତ ଏସସିବି ମେଡିକାଲର  ୩ ଓ ୪ ନମ୍ବର ୟୁନିଟକୁ କୋଭିଡ୍ ରୋଗୀଙ୍କ ପାଇଁ ଶୁକ୍ରବାରଠୁ ପୁଣିଥରେ ଖୋଲାଯାଇଛି ।  ସ୍ତ୍ରୀରୋଗ ଓ ପ୍ରସୂତୀ ବିଭାଗରେ ୩ ନମ୍ବର ୟୁନିଟରେ ୫ଟି ବେଡ୍ ସଂକ୍ରମିତ ହେଉଥିବା ପ୍ରସୂତୀଙ୍କ ପାଇଁ ରିଜର୍ଭ ରଖାଯାଇଛି । ସେହିପରି ନିମୋନିଆ ମେଡିସିନ୍ ଡିପୋର୍ଟମେଂଟରେ ୪ ନମ୍ବର ୟୁନିଟରେ ୧୫ଟି ବେଡ୍ କରୋନା ସଂକ୍ରମିତଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।
ସେହିପରି ବୁର୍ଲାସ୍ଥିତ ଭୀମସାରରେ କୋଭିଡ୍ ରୋଗୀଙ୍କ ପାଇଁ ୧୦ଟି ବେଡ୍ ଉଦ୍ଦିଷ୍ଟ ରହିଛି । ଯେକୌଣସି ପରିସ୍ଥିତି ଆସିଲେ ମୁକାବିଲା ପାଇଁ ଭୀମସାର କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି । ରବିବାର ସମ୍ବଲପୁରରେ ୫ଜଣ ସଂକ୍ରମିତ ଚିହ୍ନଟ ହେବାପରେ ଭୀମସାର କର୍ତ୍ତୃପକ୍ଷ କୋଭିଡ୍ ରୋଗୀଙ୍କ ପାଇଁ ୧୦ଟି ବେଡ୍ ସଂରକ୍ଷିତ ରଖିଛନ୍ତି ।
ଏବେ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୨୩ଜଣ ଓ କଟକ ଜିଲ୍ଲାରେ ୨୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Related story