Advertisment

କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଡିସ୍କୋ ଡ୍ୟାନ୍ସ

ଜୟପୁର (ଟି ଗୌରୀଶଙ୍କର): ଏକ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଡିସ୍କୋ ଡ୍ୟାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ ଭରି ନିଜ ପସନ୍ଦର ବଲିଉଡ୍ ନାଚ ନାଚିଛନ୍ତି ଏହି  କରୋନା ସଂକ୍ରମିତ। ଏହି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲରୁ। ଆଉ ଏହି ଆକ୍ରାନ୍ତମାନେ ଦାମନଯୋଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଭିଡିଓରେ ୪ଜଣ କରୋନା ସଂକ୍ରମିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ୨ ମିନିଟ୍‌ ୩୬ […]

ଅଦ୍ୟତନ ହୋଇଛି
କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଡିସ୍କୋ ଡ୍ୟାନ୍ସ

jeypore

Advertisment

ଜୟପୁର (ଟି ଗୌରୀଶଙ୍କର): ଏକ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଡିସ୍କୋ ଡ୍ୟାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ ଭରି ନିଜ ପସନ୍ଦର ବଲିଉଡ୍ ନାଚ ନାଚିଛନ୍ତି ଏହି  କରୋନା ସଂକ୍ରମିତ। ଏହି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲରୁ। ଆଉ ଏହି ଆକ୍ରାନ୍ତମାନେ ଦାମନଯୋଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ଏହି ଭିଡିଓରେ ୪ଜଣ କରୋନା ସଂକ୍ରମିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ୨ ମିନିଟ୍‌ ୩୬ ସେକେଣ୍ଡର। ତେବେ ସେମାନେ କେବେ କରିଛନ୍ତି, କେତେବେଳେ କରିଛନ୍ତି  ଓ କାହିଁକି କରିଛନ୍ତି, ତାହା ଜଣାପଡ଼ି ନାହିଁ। ଯଦି ସେମାନେ ମନଖୁସି କରିବାକୁ ଡ୍ୟାନ୍ସ କରିଛନ୍ତି, ତା’ହେଲେ ଏହାର ଭିଡିଓ କାହିଁକି କଲେ ଓ ଏହାକୁ କାହିଁକି ଭାଇରାଲ୍ କଲେ, ସେ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ତେବେ ଏ ଘଟଣା ନେଇ ହସପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅନ୍ୟପକ୍ଷରେ ଗତ ସୋମବାର ଦିନ ଏହି କୋଭିଡ୍‌ ହସ୍ପିଟାଲରେ ବିଭିନ୍ନ ଅସୁବିଧା ନେଇ ଅଭିଯୋଗ ହୋଇଥିଲା । ଠିକ୍‌ ସେ ଖାଇ‍କୁ ଦିଆଯାଉ ନଥିବା  ଓ ବାଥ୍‌ରମ୍‌ ସଫା କରାଯାଉ ନଥିବା ନେଇ ଆକ୍ରାନ୍ତମାନେ ଏକ ଭିଡିଓ ଭାଇରାଲ୍ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜାଣି ମଧ୍ୟ ଘଟଣାକୁ ଖଣ୍ଡନ କରିଥିଲେ।

Advertisment

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଛି। ସେଥିମଧ୍ୟରୁ କୋଭିଡ୍ ହସପିଟାଲରେ ୧୫୪ ଜଣ ଚିକିତ୍ସିତ ହେଉଛନ୍ତି। ୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe