/odisha-reporter/media/post_attachments/uploads/2020/05/CARONA-UPDATA-999.jpg)
CARONA-UPDATA
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କମଧ୍ୟରୁଗଞ୍ଜାମରୁ୧୨ଜଣ, ବାଲେଶ୍ୱରରୁ୧୨ଜଣ, ପୁରୀରୁ୧୦ଜଣ, ଭଦ୍ରକରୁ୬ ଜଣ, ନୟାଗଡ଼୩ଜଣ, ଯାଜପୁରରୁ ୨, ସୁନ୍ଦରଗଡ଼, କଟକଓଦେବଗଡ଼ରୁଜଣେଲେଖାଏଆକ୍ରାନ୍ତଚିହ୍ନଟହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ୫୦୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିସହ ୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଛି। ସେଥିମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୨୬୧ ଜଣ ଚିକିତ୍ସିତ ହେଉଛନ୍ତି।
ସେହିପରି ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୮୧ ଜଣ ଚିକିତ୍ସାଧୀନ ଅଛନ୍ତି।
ଆଉ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ହୋଇଛନ୍ତି ଜାଣନ୍ତୁ
ଯାଜପୁର- ୯୦ (୫୨ ସୁସ୍ଥ, ୩୮ ଚିକିତ୍ସାଧୀନ), ଖୋର୍ଦ୍ଧା- ୫୩ (୪୫ ସୁସ୍ଥ, ୬ ଚିକିତ୍ସାଧୀନ, ୨ ମୃତ), ଭଦ୍ରକ- ୪୬ (୧୪ ସୁସ୍ଥ, ୨୫ ଚିକିତ୍ସାଧୀନ), ସୁନ୍ଦରଗଡ଼-୨୬ (୧୨ ସୁସ୍ଥ, ୧୪ ଚିକିତ୍ସାଧୀନ), କେନ୍ଦ୍ରାପଡ଼ା- ୨୨ (୨ ସୁସ୍ଥ, ୨୦ ଚିକିତ୍ସାଧୀନ), ଅନୁଗୋଳ- ୧୫ (ଚିକିତ୍ସାଧୀନ), ପୁରୀ- ୧୪ ( ୧ ସୁସ୍ଥ, ୧୩ ଚିକିତ୍ସାଧୀନ), ମୟୂରଭଞ୍ଜ- ୯ ( ଚିକିତ୍ସାଧୀନ), ଜଗତସିଂହପୁର- ୫ (ଚିକିତ୍ସାଧୀନ), ବୌଦ୍ଧ-୪ (ଚିକିତ୍ସାଧୀନ), କଟକ- ୪ (୧ ସୁସ୍ଥ, ୩ ଚିକିତ୍ସାଧୀନ), କେନ୍ଦୁଝର- ୪ (୨ ସୁସ୍ଥ, ୨ ଚିକିତ୍ସାଧୀନ), ନୟାଗଡ଼- ୪ (ଚିକିତ୍ସାଧୀନ), ବଲାଙ୍ଗିର- ୨ (ଚିକିତ୍ସାଧୀନ), ଦେବଗଡ଼- ୨ (୧ ସୁସ୍ଥ, ୨ ଚିକିତ୍ସାଧୀନ), ଝାରସୁଗୁଡ଼ା- ୨ (ସୁସ୍ଥ), କଳାହାଣ୍ଡି- ୨(ସୁସ୍ଥ), ଢେଙ୍କାନାଳ- ୧(ସୁସ୍ଥ), କୋରାପୁଟ- ୧ (ସୁସ୍ଥ)।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
