ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୬୫୨ ଜଣଙ୍କ ଚିକିତ୍ସା ଚାଲିଛି। ତେବେ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ହୋଇଛନ୍ତି ଓ କେତେ ସୁସ୍ଥ ହେଲେ, ଆସନ୍ତୁ ସେ ବିଷୟରେ ଜାଣିନେବା।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୦୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୬ ଜଣ ଚିକିତ୍ସାଧୀନ ଥିବା ବେଳେ ୪୯ ଜଣ ସୁସ୍ଥ ହୋଇସାରିଲେଣି। ୨ ଜଣଙ୍କ ମୃତ୍ୟୁ ଘଟିଛି।
ଯାଜପୁରରେ ୧୩୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୨ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୫୫ ଜଣ ସୁସ୍ଥ ହୋଇସାରିଲେଣି
ବାଲେଶ୍ୱରରେ ୧୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୫ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୨୪ ଜଣ ସୁସ୍ଥ ହୋଇସାରିଲେଣି। ଭଦ୍ରକରେ ୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୩ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୨୧ ଜଣ ସୁସ୍ଥ ହୋଇସାରିଲେଣି। ଖୋର୍ଦ୍ଧାରେ ୬୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୪୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏଠାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
କେନ୍ଦ୍ରାପଡ଼ାରେ ୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି। କେବଳ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୁରୀରେ ୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି ଓ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି।
ଅନ୍ୟାନ୍ୟ ଜିଲ୍ଲାର ସ୍ଥିତି
ସୁନ୍ଦରଗଡ଼- ୨୭ (୧୨ ସୁସ୍ଥ, ୧୫ ଚିକିତ୍ସାଧୀନ), କଟକ- ୨୩ (୨ ସୁସ୍ଥ, ୨୧ ଚିକିତ୍ସାଧୀନ), ଅନୁଗୋଳ- ୧୫ (ଚିକିତ୍ସାଧୀନ), ମୟୂରଭଞ୍ଜ- ୧୧ (ଚିକିତ୍ସାଧୀନ), ନୟାଗଡ଼- ୯ (ଚିକିତ୍ସାଧୀନ), କେନ୍ଦୁଝର-୮ (୨ ସୁସ୍ଥ, ୬ ଚିକିତ୍ସାଧୀନ), ବଲାଙ୍ଗିର- ୬ (ଚିକିତ୍ସାଧୀନ), ବୌଦ୍ଧ- ୫ (ଚିକିତ୍ସାଧୀନ), ଜଗତସିଂହପୁର-୫ (ଚିକିତ୍ସାଧୀନ), ଦେବଗଡ଼- ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଝାରସୁଗୁଡ଼ା- ୨ (ସୁସ୍ଥ), କଳାହାଣ୍ଡି- ୨ (ସୁସ୍ଥ), କନ୍ଧମାଳ- ୨ (ଚିକିତ୍ସାଧୀନ), ଢେଙ୍କାନାଳ- ୧ (ସୁସ୍ଥ), କୋରାପୁଟ- ୧ (ସୁସ୍ଥ), ସମ୍ବଲପୁର- ୧ (ଚିକିତ୍ସାଧୀନ)।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।