/odisha-reporter/media/post_attachments/uploads/2020/07/raygada-22000.jpg)
raygada
ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତକାଲି ଗଞ୍ଜାମରୁ ଆସିଥିବା ଜଣେ ୮୦ ବର୍ଷର ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ରାୟଗଡ଼ାକୁ ବିଭିନ୍ନ ଜିଲ୍ଲାରୁ ଯାଉଥିବା ଯାନବାହନ ଚଳାଚଳ ଉପରେ କଡ଼ା କଟକଣା ଜାରି ହୋଇଛି।
ରାୟଗଡାକୁ ଗଞ୍ଜାମ, କଟକ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଯା’ଆସ କରୁଥିବା ଯାନବାହନ ସମେତ ସରକାରୀ ଓ ଘରୋଇ ବସ୍ ଚଳାଚଳକୁ ନିଷିଦ୍ଧ କରାଯାଇଛି। ବିଶେଷ କରି ରାୟଗଡ଼ା ଜିଲ୍ଲାକୁ ଗଞ୍ଜାମରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଅତ୍ୟନ୍ତ ଜରୁରୀ କାମରେ ଗଞ୍ଜାମରୁ ରାୟଗଡ଼ ଜିଲ୍ଲାକୁ ଆସୁଥିବା ଲୋକେ ସବୁଡିଭିଜନ୍ ମାଜିଷ୍ଟ୍ରେଟ୍ଙ୍କଠାରୁ ଇ-ମେଲ୍ରେ ଉପଯୁକ୍ତ କାରଣ ଦର୍ଶାଇ ଆଗୁଆ ଅନୁମତି ନେବାକୁ କୁହାଯାଇଛି। ଏହାର ଖିଲାପ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାରେ ସରାକରୀ କ୍ୱାରେଣ୍ଟାଇନ୍ରେ ରଖାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
