Advertisment

କରୋନା ତୃତୀୟ ଲହରର ଭୟ ଘାରିଲା, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ସଂକ୍ରମିତଙ୍କ ନିମନ୍ତେ ପୂର୍ବଭଳି ବେଡ୍ ପ୍ରସ୍ତୁତ କରି ରଖିବା ପାଇଁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମାନବ ସମ୍ବଳ ଉପଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱ […]

ପାର୍ବଣ ଆଣିବ କି କରୋନାର ତୃତୀୟ ଲହର?

corona-third

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ସଂକ୍ରମିତଙ୍କ ନିମନ୍ତେ ପୂର୍ବଭଳି ବେଡ୍ ପ୍ରସ୍ତୁତ କରି ରଖିବା ପାଇଁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

Advertisment

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମାନବ ସମ୍ବଳ ଉପଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। କୋଭିଡ୍ ସଂକ୍ରମିତଙ୍କ ପାଇଁ ପୂର୍ବଭଳି ବେଡ୍ ପ୍ରସ୍ତୁତ କରିବା ସହ ସର୍ଭିଲାନ୍ସ, ଟିକାକରଣ ଓ ଟେଷ୍ଟିଂ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ କାର୍ଯ୍ୟ କରିବେ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ସେମାନେ ସେହି କାମରେ ନିୟୋଜିତ ରହିବେ । ସମସ୍ତଙ୍କୁ ଏଚଏସଏସ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରୁ ପାରିଶ୍ରମିକ ଦିଆଯିବ। ଡାକ୍ତର, ନର୍ସ, ଲ୍ୟାବ୍ ଟେକନିସିଆନ, ଫାର୍ମାସିଷ୍ଟ ଆଦି ପୂର୍ବଭଳି ପାରିଶ୍ରମିକ ଭତ୍ତା ପାଇବେ। ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ‘ନିର୍ମଳ ସ୍କିମ’ରୁ ଅର୍ଥ ଦେବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ମୋଟ ୨୯୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮ଜଣ ୧୮ବର୍ଷ ବୟସରୁ କମ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ଜଣ, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦.୪୪ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୩୬୪କୁ ବୃଦ୍ଧି ପାଇଛି।

ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପ୍ରସିଦ୍ଧ ବାଲିଯାତ୍ରାକୁ ଚଳିତବର୍ଷ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe