Advertisment

ନୂଆବର୍ଷରୁ ଓଡ଼ିଶାରେ କରୋନା ଟିକା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷ ଆରମ୍ଭରେ ରାଜ୍ୟରେ ‘କରୋନା’ ଟିକାକରଣ ହୋଇପାରେ। ଟିକାକରଣ ନେଇ କେନ୍ଦ୍ରସରକାଙ୍କ ନିର୍ଦ୍ଦେଶ ଆସିଲେ, ରାଜ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି- “ଟିକା ଆସିବା ପରେ କିପରି ବଣ୍ଟନ ହେବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଛି। ଏନେଇ ଦୈନିକ ଭାବେ ପ୍ରସ୍ତୁତି କରାଯାଉଛି। ଟିକାକରଣ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ। ଏନେଇ ୩ ଲକ୍ଷ ୨୬ ହଜାର […]

author-image
Manoranjan Sial
ଅଦ୍ୟତନ ହୋଇଛି
ଓଡ଼ିଶାରେ କୋଭିଡ୍ ଟିକାକରଣ ଆଜି ୧୦୫% ଛୁଇଁଲା

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷ ଆରମ୍ଭରେ ରାଜ୍ୟରେ ‘କରୋନା’ ଟିକାକରଣ ହୋଇପାରେ। ଟିକାକରଣ ନେଇ କେନ୍ଦ୍ରସରକାଙ୍କ ନିର୍ଦ୍ଦେଶ ଆସିଲେ, ରାଜ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

Advertisment

ସେ କହିଛନ୍ତି- “ଟିକା ଆସିବା ପରେ କିପରି ବଣ୍ଟନ ହେବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଛି। ଏନେଇ ଦୈନିକ ଭାବେ ପ୍ରସ୍ତୁତି କରାଯାଉଛି। ଟିକାକରଣ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ। ଏନେଇ ୩ ଲକ୍ଷ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ପୋର୍ଟାଲରେ ଅପ୍‌ଲୋଡ୍‌ ହୋଇଛି।”

ସେ ଆହୁରି କହିଛନ୍ତି- “ସେହିଭଳି ରାଜ୍ୟରେ ୧,୨୨୨ କୋଲ୍‌ଡ ଚେନ ପଏଣ୍ଟ ଟିକା ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି। ଏହାସହ ଟିକାକରଣ ପାଇଁ ଆବଶ୍ୟକ ଥିବା ୨୧ ଲକ୍ଷ ସିରିଞ୍ଜ ଓ ୨୬ଟି ଆଇଏଲ୍‌ଆର୍‌ ମଧ୍ୟ ଆସିଛି। ଟିକାକରଣ ପାଇଁ ରାଜ୍ୟରେ ୮୦୦୦ରୁ ଅଧିକ କର୍ମୀ ପ୍ରସ୍ତୁତ ରହିଛନ୍ତି।”

Advertisment

କରୋନା ରୂପ ବଦଳାଇଛି। କୋଭିଡ୍‌ର ନୂଆ ଷ୍ଟ୍ରେନ୍‌ ବ୍ରିଟେନ୍‌ ଡେଇଁ ଅନ୍ୟ ଦେଶକୁ ବ୍ୟାପିଥିଲା। ବ୍ରିଟେନ୍‌ ଫେରନ୍ତାଙ୍କଠାରେ ଏହାର ଲକ୍ଷଣ ଦେଖିବାକୁ ମିଳିଛି। ସେଥିପାଇଁ ଓଡ଼ିଶା ସରକାର ବ୍ରିଟେନ୍‌ ଫେରନ୍ତାଙ୍କୁ ନେଇ ଚିନ୍ତିତ। ନଭେମ୍ବର ୩୦ରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି। ୧୧୯ ଜଣଙ୍କ ପତ୍ତା ମିଳିଛି। ସେମାନଙ୍କର କରୋନା ଟେଷ୍ଟ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ବ୍ରିଟେନରୁ ଫେରିଥିବା ୬୨ ଜଣ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପତ୍ତା ମିଳୁନି। ସେମାନଙ୍କୁ ଠାବ କରିବା ପାଇଁ ଖୋଜାଖୋଜି ଜୋରସୋରରେ ଚାଲିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପତ୍ତା ମିଳିଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର କହିଛନ୍ତି।

Corona Vaccine Corona In Odisha