corona
ତେଲକୋଇ (ଚିନ୍ମୟ କୁମାର ସାହୁ): ସରକାରଙ୍କ ସବୁ କଟକଣା ସତ୍ତ୍ୱେ ‘କରୋନା’ ସମ୍ପର୍କରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଗୁଜବ ପ୍ରଚାର ହେଉଛି। ଏମିତି ଏକ ଗୁଜବ କେନ୍ଦୁଝର ଜିଲ୍ଲା ଚେତକୋଇ ଅଞ୍ଚଳରେ ପ୍ରଚାରିତ ହେଉଛି। ଯେଉଁଥିପାଇଁ ମହିଳାମାନେ ଶନି ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଭିଡ଼ ଜମାଉଛନ୍ତି। ଏ ସମ୍ପର୍କରେ ପୁଲିସ ଜାଣିପାରି ମନ୍ଦିରରେ ପହଞ୍ଚି ପୂଜା ବନ୍ଦ କରିଛି।
ଗୋଟିଏ ପୁଅ ଯାହାର ଥିବ ତା’ର ମା’ ଶନି ମନ୍ଦିରରେ ପୂଜା କଲେ ‘କରୋନା’ ଦୂରେଇ ଯିବ ବୋଲି ଏକ ଗୁଜବ ତେଲକୋଇ ଅଞ୍ଚଳରେ ତୁଣ୍ଡ ବାଇଦ ପରି ପ୍ରଚାରିତ ହେଉଛି। ଯେଉଁଥିପାଇଁ ଆଜି ସକାଳୁ ଶତାଧିକ ମହିଳା ତେଲକୋଇ ସାଇବିହାରରେ ଥିବା ଶନି ମନ୍ଦିରରେ ଦୀପ ଜାଳି ପୂଜା କରୁଥିଲେ। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ତହସିଲଦାର ପୁଲିସ ସହାୟତାରେ ମନ୍ଦିରରେ ପହଞ୍ଚି ପୂଜା ନକରିବାକୁ ମହିଳାଙ୍କୁ ବୁଝାଇଥିଲେ। ଏପରିକି ଏକତ୍ର ନହେବାକୁ ପରାମର୍ଶ ଦେଇଥିଲେ। ଶେଷରେ ପୁଲିସ ସହାୟତାରେ ପୂଜାକୁ ବନ୍ଦ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/corona-2-11.jpg)