‘କରୋନା’ ରୋଗୀ ବତାଇଲେ ସୁସ୍ଥ ହେବାର ମେଡିସିନ୍‌ 

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ମହାମାରୀର ରୂପ ନେଉଛି ‘କରୋନା’। ପ୍ରତିଦିନ ନେଉଛି ନେଉଛି ଜୀବନ। ଯାହାକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଉଛି। ଏପରି ସମୟରେ ଜଣେ ‘କରୋନା’ ଆକ୍ରାନ୍ତ ବାଣ୍ଟୁଛନ୍ତି ଜୀଇଁବାର ମନ୍ତ୍ର। ‘କରୋନା’ ହାରିବ, ମଣିଷ ଜିତିବାର ମନ୍ତ୍ର ଦେଇ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି। ଏପରିକି କଣ ଔଷଧ ଖାଇଲେ ‘କରୋନା’ ହେବନାହିଁ, ତାହା ଉପରେ ଟିପ୍ସ ମଧ୍ୟ ଦେଉଛନ୍ତି। ଏଭଳି ସଚେତନତାର ମନ୍ତ୍ର ବାଣ୍ଟି ଉଦାହରଣ ପାଲଟିଛନ୍ତି ବାଲେଶ୍ୱରର ଜଣେ […]

corona

Manoranjan Sial
  • Published: Saturday, 25 July 2020
  • , Updated: 25 July 2020, 08:06 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ମହାମାରୀର ରୂପ ନେଉଛି ‘କରୋନା’। ପ୍ରତିଦିନ ନେଉଛି ନେଉଛି ଜୀବନ। ଯାହାକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଉଛି। ଏପରି ସମୟରେ ଜଣେ ‘କରୋନା’ ଆକ୍ରାନ୍ତ ବାଣ୍ଟୁଛନ୍ତି ଜୀଇଁବାର ମନ୍ତ୍ର। ‘କରୋନା’ ହାରିବ, ମଣିଷ ଜିତିବାର ମନ୍ତ୍ର ଦେଇ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି। ଏପରିକି କଣ ଔଷଧ ଖାଇଲେ ‘କରୋନା’ ହେବନାହିଁ, ତାହା ଉପରେ ଟିପ୍ସ ମଧ୍ୟ ଦେଉଛନ୍ତି। ଏଭଳି ସଚେତନତାର ମନ୍ତ୍ର ବାଣ୍ଟି ଉଦାହରଣ ପାଲଟିଛନ୍ତି ବାଲେଶ୍ୱରର ଜଣେ ବ୍ୟକ୍ତି। ସେ ହେଉଛନ୍ତି ମନୋଜ କୁମାର ଦାସ।

ବାଲେଶ୍ୱର ସହର ମଣିଖମ୍ୱ ଗାଁର ମନୋଜ କୁମାର ଦାସ। ଗତ ୮ ତାରିଖରେ ତାଙ୍କୁ ଜ୍ୱର ହୋଇଥିଲା। ଗଳା ମଧ୍ୟ ବଥା ହେଉଥିଲା। ତେଣୁ ସେ ସୋନ୍‌ହଟ ମେଡିକାଲ୍‌ ଯାଇଥିଲେ। ସେଠାରେ ଡାକ୍ତରଙ୍କଠାରୁ ଔଷଧ ଆଣିଥିଲେ। ତେବେ କୋଭିଡ୍‌ ଟେଷ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଗତ ୧୧ ତାରିଖରେ ସେ ମେଡିକାଲ୍‌ରେ ‘କରୋନା’ ଟେଷ୍ଟ ପାଇଁ କହିଥିଲେ। ‘କରୋନା’ ଲକ୍ଷଣ ନଥିବାରୁ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ଏହା ପରେ ତାଙ୍କୁ ପତଳା ଝାଡ଼ା ଓ ଜ୍ୱର ହୋଇଥିଲା। ଶେଷରେ ଅର୍ଥାତ ୧୫ ତାରିଖରେ ଶ୍ରୀ ଦାସ ପୁଣି ଥରେ ମେଡିକାଲ୍‌ ଯାଇଥିଲେ। ସେଠାରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଥିଲା। ୧୭ ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ସେ କୋଭିଡ୍‌ ମେଡିକାଲ୍‌ ଯାଇଥିଲେ। ତେବେ ସେଠାକାର ସ୍ଥିତି ଦେଖି ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସା ହେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ସେ ଘରକୁ ଫେରିଥିଲେ। ଏବେ ସେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି।


ମହାମାରୀ କରୋନାକୁ ହରାଇବା ପାଇଁ ପ୍ରତିଦିନ ବ୍ୟାୟାମ୍‌ କରୁଛନ୍ତି। ଏନେଇ ଶ୍ରୀ ଦାସ କହିଛନ୍ତି-“କରୋନାକୁ ନେଇ ଭୟ କରିବାର ନାହିଁ। ସାଧାରଣ ଜ୍ୱର ପରି କରୋନା ଏକ ରୋଗ। ଏଜିଥ୍ରୋମାଇସିନ୍‌, ସେଟ୍ରାଜିନ୍‌, ବି-କମ୍ପ୍ଲେକ୍ସ, ଭିଟାମିନ୍‌-ସି ପରି ମେଡିସିନ୍‌ ଖାଇଲେ ଭଲ ହୋଇଯିବ। କିନ୍ତୁ ଏହି ରୋଗକୁ ନେଇ ଲୋକଙ୍କ ଭିତରେ ଏକ କୋକୁଆ ଭୟ ସୃଷ୍ଟି ହେଉଛି। ମୁଁ ଏହି ମେଡସିନ୍‌ ଖାଇବା ସହିତ ପ୍ରତିଦିନ ବାରମ୍ୱାର ଲୁଣ ପାଣି କୁଳି କରୁଛି। କାଢ଼ା ମଧ୍ୟ ପିଉଛି। ଏହି ରୋଗର ପ୍ରଭାବରେ ଗଳା ଓ ଫୁସ୍‌ଫୁସ୍‌ରେ କଫ ଜମିଯାଏ। ଏହାକୁ ବାହାର କରିବାକୁ ପଡ଼ିବ। ସେଥିପାଇଁ ଅଧ ଗ୍ଲାସ୍‌ ଗରମ ପାଣି ନେବେ। ସେହି ଗ୍ଲାସ୍‌ ଉପରେ ଏକ ପ୍ଲାଷ୍ଟିକ୍‌ ବୋଲକୁ ଅଧା କାଟି ପୂରାଇ ଦେବେ। ତା’ପରେ ସେହି ଗରମ ପାଣିରେ ପିପ୍‌ରମେଣ୍ଟ ପକାଇବେ। ସେଥିରୁ ବାହାରୁ ଥିବା ବାମ୍ଫକୁ ନାକରେ ଶୁଙ୍ଘିବେ। ଓଲମ୍‌ ବିଲମ୍‌ ନେଲା ପରି ଶୁଙ୍ଘିବାକୁ ପଡ଼ିବ। ତା’ପରେ ଗଳା ଓ ଫୁସ୍‌ଫୁସ୍‌ରେ ଜମି ରହିଥିବା କଫ ବାହାରି ଯିବ।”

Related story