Advertisment

ହତାଶ ହୋଇଗଲାଣି ବିଜେଡି, ବିଳିବିଳେଇ ହେଉଛନ୍ତି ଲେନିନ୍‌ ଆଉ ପାଣ୍ଡିଆନ୍‌: ପୀତାମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ମାନସିକ ଭାରସାମ୍ୟ ହରାଇ ନାହିଁ ବରଂ ବିଜେଡି ଏବେ ଭୟ ଆଉ ଆତଙ୍କିତ ଅବସ୍ଥାରେ ଅଛି। ମୋଦି ୱେଭ୍‌ ଯେଉଁଭଳି ଭାବେ ସାରା ଦେଶରେ କାମ କରୁଛି ତାହାକୁ ଦେଖି ଡ଼ରିଗଲାଣି ବିଜେଡି। ଆଉ ଏଇ ଡ଼ରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସବୁ ଚଳଚଞ୍ଚଳ ହୋଇପଡିଛି। ଯେଉଁ ମୁଖ୍ୟମନ୍ତ୍ରୀ ଦିନେ ହସଟିଏ ହସନ୍ତିନି ସେ ଏବେ ସେଲ୍ଫି ନେଇ ଫଟୋ ଛାଡୁଛନ୍ତି। ପ୍ରକାରାନ୍ତରେ ଏହାକୁ ବିଜେଡିର ଡ଼ର ବୋଲି ହିଁ କୁହାଯିବ।”   ଆର୍‌ଟିଆଇ […]

author-image
Mihir Pattnayak
ହତାଶ ହୋଇଗଲାଣି ବିଜେଡି, ବିଳିବିଳେଇ ହେଉଛନ୍ତି ଲେନିନ୍‌ ଆଉ ପାଣ୍ଡିଆନ୍‌: ପୀତାମ୍ବର

hy

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ମାନସିକ ଭାରସାମ୍ୟ ହରାଇ ନାହିଁ ବରଂ ବିଜେଡି ଏବେ ଭୟ ଆଉ ଆତଙ୍କିତ ଅବସ୍ଥାରେ ଅଛି। ମୋଦି ୱେଭ୍‌ ଯେଉଁଭଳି ଭାବେ ସାରା ଦେଶରେ କାମ କରୁଛି ତାହାକୁ ଦେଖି ଡ଼ରିଗଲାଣି ବିଜେଡି। ଆଉ ଏଇ ଡ଼ରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସବୁ ଚଳଚଞ୍ଚଳ ହୋଇପଡିଛି। ଯେଉଁ ମୁଖ୍ୟମନ୍ତ୍ରୀ ଦିନେ ହସଟିଏ ହସନ୍ତିନି ସେ ଏବେ ସେଲ୍ଫି ନେଇ ଫଟୋ ଛାଡୁଛନ୍ତି। ପ୍ରକାରାନ୍ତରେ ଏହାକୁ ବିଜେଡିର ଡ଼ର ବୋଲି ହିଁ କୁହାଯିବ।”  

Advertisment

ଆର୍‌ଟିଆଇ କର୍ମୀ ଭୂପେନ୍ଦ୍ର ସିଂଙ୍କ ପ୍ରେସ୍‌ମିଟ୍‌ ସମ୍ପର୍କରେ ମନ୍ତବ୍ୟ ଦେଇଥିବା ପୀତାମ୍ବରଙ୍କୁ ଆଜି ସକାଳେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କାଉଣ୍ଟର ଆଟାକ୍‌ କରିଥିଲେ। ପୀତାମ୍ବର ଏବେ ମାନସିକ ଭାରସାମ୍ୟ ହରାଇଛନ୍ତି ଏବଂ ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି ବୋଲି ସେ କହିଥିଲେ। ଯାହାର ଉତ୍ତର ଏଭଳି ଢଙ୍ଗରେ ରଖିଛନ୍ତି ପୀତାମ୍ବର।

“ମୁଁ ମାନସିକ ଭାରସାମ୍ୟ ହରାଇ ନାହିଁ ବରଂ ଲେନିନ୍‌ ବାବୁ ଆଉ ତାଙ୍କ ନେତା ପାଣ୍ଡିଆନ୍‌ ବିଳିବିଳେଇ ହେଉଛନ୍ତି।”

Advertisment

ପୀତାମ୍ବର କୁହନ୍ତି, “ପାଣ୍ଡିଆନ୍‌ ଏବେ ବିଜେଡି ଦଳର ନେତା, ନବୀନ ବାବୁ ଏବେ ଆଉ ବିଜେଡିର ନେତା ହୋଇ ନାହାନ୍ତି। ଆଉ ଏ ପଟେଲ୍‌ଙ୍କୁ ପ୍ରୟୋଜିତ ଢଙ୍ଗରେ ଏଠାକୁ ଅଣାଯାଇ ଏଭଳି କାଣ୍ଡ କରାଯାଇଛି। ପଟେଲ ବ୍ୟକ୍ତି ଜଣକ ହେଉଛନ୍ତି ନିଜେ ଜଣେ ଅଭିଯୁକ୍ତ। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ ପୁଅ ଅମୀତ୍‌ ଯୋଗୀଙ୍କ ପ୍ରରୋଚନାରେ ସେ ଅନେକଗୁଡିକ ରାଜନୈତିକ ଷ୍ଟିଙ୍ଗ୍‌ ଅପରେଶନ୍‌ କରିଛନ୍ତି। ନିଜେ ପଇସା ନେଇ ଏଭଳି ଷ୍ଟିଙ୍ଗ ଅପରେଶନ୍‌ କରି ନେତାଙ୍କୁ ବଦନାମ୍‌ କରିବା ତାଙ୍କ କାମ। ସେ ଜଣେ ବ୍ଲକ ମେଲର। ୩ ଦିନ ତଳେ ବୈଜୟନ୍ତ ବାବୁ ବିଜେପିରେ ଯୋଗ ଦେଲେ, ଆଉ ଏହାର ଠିକ୍‌ ହାତଗଣତି କେତେଟା ଦିନ ପରେ ଓଡିଶା ଆସି ଆରଟିଆଇ କର୍ମୀ ବୋଲାଇ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ବାଢିଲେ ପଟେଲ। ଏଣୁ ଏହା ଦେଖି ଲାଗୁଛି ବିଜେଡି ହତାଶ ହୋଇ ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛି।” 

publive-image