ଫୁଲ କୋବି ଖାଇ ଦମ୍ପତି ଅସୁସ୍ଥ

cauliflower

cauliflower

Tapaswini Nayak
  • Published: Friday, 18 March 2022
  • Updated: 18 March 2022, 10:41 AM IST

Sports

Latest News

ମୋହନା(ମିହିରି ଯତି): ଫୁଲ କୋବି ଖାଇ ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ହାଲାପଙ୍କା ଗାଁରେ। ସେମାନେ ହେଲେ ଜବିତ୍ର ଗମାଙ୍ଗ ଓ ନମିତା ଗମାଙ୍ଗ।।

ଜବିତ୍ର ବାଡ଼ିରେ ଫୁଲ କୋବା ଚାଷ କରିଛନ୍ତି। ରାତିରେ ସେହି କୋବି ଆଣି ରୋଷେଇ କରି ଖାଇବା ପରେ ଜବିତ୍ର ଓ  ନମିତାଙ୍କୁ ବାନ୍ତି ହୋଇଥିଲା। ଉଭୟେ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦମ୍ପତ୍ତିଙ୍କ  ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

[caption id="attachment_721145" align="aligncenter" width="650"]Mohana ଜବିତ୍ର ଗମାଙ୍ଗ[/caption]

ଜବିତ୍ର ସପ୍ତାହେ ପୂର୍ବରୁ ଫୁଲ କୋବିରେ କୀଟ ନାଶକ ଔଷଧ ସିଞ୍ଚନ କରିଥିଲେ। ତାର ପ୍ରତିକ୍ରିୟାରେ ଫୁଡ୍ ପଏଜନିଂ ହୋଇଥିବ ବୋଲି ଅନୁମାନ କରାଯାଉଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos