ଫୁଲ କୋବି ଖାଇ ଦମ୍ପତି ଅସୁସ୍ଥ

ମୋହନା(ମିହିରି ଯତି): ଫୁଲ କୋବି ଖାଇ ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ହାଲାପଙ୍କା ଗାଁରେ। ସେମାନେ ହେଲେ ଜବିତ୍ର ଗମାଙ୍ଗ ଓ ନମିତା ଗମାଙ୍ଗ।। ଜବିତ୍ର ବାଡ଼ିରେ ଫୁଲ କୋବା ଚାଷ କରିଛନ୍ତି। ରାତିରେ ସେହି କୋବି ଆଣି ରୋଷେଇ କରି ଖାଇବା ପରେ ଜବିତ୍ର ଓ  ନମିତାଙ୍କୁ ବାନ୍ତି ହୋଇଥିଲା। ଉଭୟେ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ […]

cauliflower

Tapaswini Nayak
  • Published: Friday, 18 March 2022
  • , Updated: 18 March 2022, 10:41 AM IST

ମୋହନା(ମିହିରି ଯତି): ଫୁଲ କୋବି ଖାଇ ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ହାଲାପଙ୍କା ଗାଁରେ। ସେମାନେ ହେଲେ ଜବିତ୍ର ଗମାଙ୍ଗ ଓ ନମିତା ଗମାଙ୍ଗ।।

ଜବିତ୍ର ବାଡ଼ିରେ ଫୁଲ କୋବା ଚାଷ କରିଛନ୍ତି। ରାତିରେ ସେହି କୋବି ଆଣି ରୋଷେଇ କରି ଖାଇବା ପରେ ଜବିତ୍ର ଓ  ନମିତାଙ୍କୁ ବାନ୍ତି ହୋଇଥିଲା। ଉଭୟେ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦମ୍ପତ୍ତିଙ୍କ  ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

[caption id="attachment_721145" align="aligncenter" width="650"] ଜବିତ୍ର ଗମାଙ୍ଗ[/caption]

ଜବିତ୍ର ସପ୍ତାହେ ପୂର୍ବରୁ ଫୁଲ କୋବିରେ କୀଟ ନାଶକ ଔଷଧ ସିଞ୍ଚନ କରିଥିଲେ। ତାର ପ୍ରତିକ୍ରିୟାରେ ଫୁଡ୍ ପଏଜନିଂ ହୋଇଥିବ ବୋଲି ଅନୁମାନ କରାଯାଉଛି।

 

Related story