Advertisment

ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରପଡାର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ବୃନ୍ଦାବନ ସାହୁ ଏବଂ ନିରାଶ ସାହୁ। ସେମାନଙ୍କ ଘର ସଦର ବ୍ଲକ କୁଡାସିଂହା ଗାଁରେ। ବୃଦ୍ଧ ଦମ୍ପତି ତିନି ବର୍ଷ ହେଲା ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ଜଣେ ମହିଳାଙ୍କ ନିକଟରେ ଆଶ୍ରୟ ନେଇ ରହୁଥିଲେ। ଆଶ୍ରୟ ନେଉଥିବା ଝୁମ୍ପୁଡି ଘର ଭାଙ୍ଗିଯିବାରୁ ପରେ ଏକ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। କିଛି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଝୁଲନ୍ତା ମୃତଦେହ ଉଦ୍ଧାର

deadbody

ବଲାଙ୍ଗିର (ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରପଡାର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ବୃନ୍ଦାବନ ସାହୁ ଏବଂ ନିରାଶ ସାହୁ। ସେମାନଙ୍କ ଘର ସଦର ବ୍ଲକ କୁଡାସିଂହା ଗାଁରେ।

Advertisment

ବୃଦ୍ଧ ଦମ୍ପତି ତିନି ବର୍ଷ ହେଲା ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ଜଣେ ମହିଳାଙ୍କ ନିକଟରେ ଆଶ୍ରୟ ନେଇ ରହୁଥିଲେ। ଆଶ୍ରୟ ନେଉଥିବା ଝୁମ୍ପୁଡି ଘର ଭାଙ୍ଗିଯିବାରୁ ପରେ ଏକ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। କିଛି ଦିନ ହେଲା ବୃଦ୍ଧାଜଣକ ରୋଗ ବ୍ୟାଧିରେ ପଡି ଗୁରୁତର ଥିଲେ। ଆଜି ସକାଳେ ବୃଦ୍ଧଙ୍କର ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଲେ ବୃଦ୍ଧାଙ୍କ ବେକରେ ଏକ ପ୍ଲାଷ୍ଟିକ ରଶି ଲାଗିଥିବା ଦେଖିବାକୁ ମିଳିଛି।   ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Deadbody