/odisha-reporter/media/post_attachments/uploads/2020/02/berhampur-230.jpg)
berhampur
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସି ଗାଁ ନିକଟରେ ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗୁଣ୍ଡା ଗାଁରେ।
Advertisment
ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଭଗବାନ ଓ ଭାରତୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲୁନାରେ ଆନ୍ଧ୍ରପ୍ରଦେଶର ଭେସି ଗାଁକୁ ଯାଉଥିଲେ। ଏହି ସମୟରେ କୁଲାମ ଓ ଭେସି ଗାଁ ନିକଟରେ ସେମାନେ ରାସ୍ତା ପାର ହେଉଥିବା ବେଳେ ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
