ମାଡ଼ିଗଲା ଟ୍ରକ୍‌; ଦମ୍ପତି ମୃତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସି ଗାଁ ନିକଟରେ ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ  ଭାରତୀ ଚଇନି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗୁଣ୍ଡା ଗାଁରେ। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଭଗବାନ ଓ ଭାରତୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲୁନାରେ  ଆନ୍ଧ୍ରପ୍ରଦେଶର ଭେସି ଗାଁକୁ ଯାଉଥିଲେ। ଏହି ସମୟରେ କୁଲାମ ଓ […]

berhampur

Jyoshna Pradhan
  • Published: Thursday, 27 February 2020
  • , Updated: 27 February 2020, 12:36 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସି ଗାଁ ନିକଟରେ ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ  ଭାରତୀ ଚଇନି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗୁଣ୍ଡା ଗାଁରେ।

ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଭଗବାନ ଓ ଭାରତୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲୁନାରେ  ଆନ୍ଧ୍ରପ୍ରଦେଶର ଭେସି ଗାଁକୁ ଯାଉଥିଲେ। ଏହି ସମୟରେ କୁଲାମ ଓ ଭେସି ଗାଁ ନିକଟରେ ସେମାନେ ରାସ୍ତା ପାର ହେଉଥିବା ବେଳେ ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

Related story