Advertisment

ଆଗ ପଛ ହୋଇ ଜଳିଲା ସ୍ୱାମୀ, ସ୍ତ୍ରୀଙ୍କ ଜୁଇ!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସାତ ଜନମର ସାଥୀ ହୋଇଥିଲେ। ଏକାଠୀ ଜିଇବାର ସୁନେଲୀ ସ୍ୱପ୍ନ ମଧ୍ୟ ଦେଖୁଥିଲେ। ହେଲେ ଜିଇବା ଆଗରୁ ସାତ ଜନମର ସାଥୀକୁ ଛଡ଼ାଇ ନେଲା କରୋନା। ଅଫେରା ରାସ୍ତାରେ ଚାଲିଗଲେ ସ୍ୱାମୀ। ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରିଲେନି ପ୍ରାଣପ୍ରୀୟା। ସ୍ୱାମୀଙ୍କ ପଛେ ପଛେ ସେ ଚାଲିଗଲେ। ଆଗ ପଛ ହୋଇ ଜଳିଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୁଇ। ଆଜି ଏପରି ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଘଟିଛି। […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆଗ ପଛ ହୋଇ ଜଳିଲା ସ୍ୱାମୀ, ସ୍ତ୍ରୀଙ୍କ ଜୁଇ!

nayagarh

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସାତ ଜନମର ସାଥୀ ହୋଇଥିଲେ। ଏକାଠୀ ଜିଇବାର ସୁନେଲୀ ସ୍ୱପ୍ନ ମଧ୍ୟ ଦେଖୁଥିଲେ। ହେଲେ ଜିଇବା ଆଗରୁ ସାତ ଜନମର ସାଥୀକୁ ଛଡ଼ାଇ ନେଲା କରୋନା। ଅଫେରା ରାସ୍ତାରେ ଚାଲିଗଲେ ସ୍ୱାମୀ। ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରିଲେନି ପ୍ରାଣପ୍ରୀୟା। ସ୍ୱାମୀଙ୍କ ପଛେ ପଛେ ସେ ଚାଲିଗଲେ। ଆଗ ପଛ ହୋଇ ଜଳିଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୁଇ। ଆଜି ଏପରି ହୃଦୟବିଦାରକ ଘଟଣା ନୟାଗଡ଼ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଘଟିଛି।

Advertisment

ପୂରା ଘଟଣା ଏମିତି। ୪ ମାସ ତଳେ ସୁନୀତା ରାଣୀ ପାତ୍ରଙ୍କୁ ବିବାହ କରିଥିଲେ ମଥୁରାପୁରପାଟଣା ସାହିର ଦିଲୀପ କୁମାର ପାତ୍ର। ବୈଦିକ ରୀତିନୀତିରେ ହୋଇଥିଲା ବାହାଘର। ଦିଲୀପ ଓ ସୁନୀତାଙ୍କ ଘର ଗୋଟିଏ ସାହିରେ ହୋଇଥିବାରୁ ବେଶ୍‌ ଖୁସିରେ ଥିଲେ।

[caption id="attachment_640507" align="aligncenter" width="650"]Nayagarh couple died of Covid ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ମୃତ୍ୟୁ[/caption]

Advertisment

ବିବାହ ପରେ ସ୍ୱାମୀ-ସ୍ତ୍ରୀ ହନିମୁନ୍‌ରେ ଆଣ୍ଡାମାନ-ନିକୋବର ବୁଲିବାକୁ ଯାଇଥିଲେ। ସେଠାରେ ଉଭୟ ଖୋଲା ଆକାଶର ବିହଙ୍ଗ ପରି ଉଡିଥିଲେ। ପ୍ରକୃତି ଭିତରେ ନିଜକୁ ହଜାଇ ଦେଇଥିଲେ। ହନିମୁନ୍‌ରୁ ଫେରିବା ପରେ ଉଭୟଙ୍କର ଭୁବନେଶ୍ୱରରେ ହୋଇଥିଲା କରୋନା ଟେଷ୍ଟ୍‌। ଦିଲୀପଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ସୁନୀତାଙ୍କର ନେଗେଟିଭ୍‌ ଆସିଥିଲା। ଫଳରେ ଦିଲୀପଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଉ ସୁନୀତା ଏକା ଶାଶୁ ଘରକୁ ଫେରିଯାଇଥିଲେ।

ଆଜି ସକାଳେ କୋଭିଡ୍‌ ହସ୍ପିଟାଲ୍‌ରୁ ଆସିଥିଲା ଏକ ଫୋନ୍‌ କଲ୍‌। ସେଥିରୁ ଶୁଣିବାକୁ ମିଳିଲା, ଦିଲୀପ ଆଉ ନାହାନ୍ତି। ଯାହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ପରିବାର ଲୋକେ। କ୍ଷଣକ ଭିତରେ କଥା ଘର ଭିତରେ ବ୍ୟାପିଗଲା। କାନ୍ଦ ବୋବାଳିରେ ଫାଟି ପଡ଼ିଲା ଚାରି କାନ୍ଥ। ଆଉ ସେହି କାନ୍ଦ ଯାଇ ପଡ଼ିଲା ସୁନୀତାଙ୍କ କାନରେ। ସେ କିନ୍ତୁ ସ୍ୱାମୀଙ୍କର ଅବେଳରେ ଚାଲିଯିବାକୁ ସହିପାରିଲେନି। ହଠାତ୍‌ ଟଳି ପଡ଼ିଲେ। ସେପଟେ କୋଭିଡ୍‌ ପ୍ରୋଟୋକଲ୍‌ରେ ସ୍ୱାମୀ ଦିଲୀପଙ୍କ ଚିତା ଜଳୁଥିବା ବେଳେ ଏପଟେ ଗାଁ ଶ୍ମଶାନରେ ଜଳିଲା ସୁନୀତାଙ୍କ ଜୁଇ।

Corona Death In Odisha OR Special