Advertisment

Digital Arrest: ଆକାଉଣ୍ଟ ଇନଭାଲିଡ୍ ଦେଖାଇଥିଲା, ତା’ପରେ...

ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସରୋଜ କୁମାର ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଅଧ୍ୟାପିକା ନିର୍ଝରିଣୀ ପଟ୍ଟନାୟକ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହିନ୍ତି। ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର ଏ ଦମ୍ପତି ପଡିଯାଇଥିଲେ ସାଇବର ଲୁଟେରାଙ୍କ ବୁଢିଆଣୀ ଜାଲରେ।

Cyber Fraud
Advertisment

ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସରୋଜ କୁମାର ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଅଧ୍ୟାପିକା ନିର୍ଝରିଣୀ ପଟ୍ଟନାୟକ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହିନ୍ତି। ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର ଏ ଦମ୍ପତି ପଡିଯାଇଥିଲେ ସାଇବର ଲୁଟେରାଙ୍କ ବୁଢିଆଣୀ ଜାଲରେ। 
ଫେବ୍ରୁଆରୀ ୯ ତାରିଖ ସକାଳ ପ୍ରାୟ ୧୧ଟା ୩୦ରେ ଅଜଣା ନମ୍ବରରୁ ଅଧ୍ୟାପିକାଙ୍କୁ ଆସିଥିଲା କଲ୍। ନିଜକୁ ପାଟଣା ପୁଲିସ ପରିଚୟ ଦେଇ କଥା ହୋଇଥିଲା ସାଇବର ଠକ। କହିଥିଲା, ଆପଣଙ୍କ ଆଧାରକାର୍ଡ ଆତଙ୍କବାଦୀ ବ୍ୟବହାର କରୁଛନ୍ତି। ଏନେଇ ଥାନାରେ ମାମଲା ହୋଇସାରିଛି। ଆତଙ୍କୀ ଲିଙ୍କରେ ଆପଣଙ୍କୁ ଗିରଫ କରାଯିବ। ଯଦି ଏହି ସଙ୍ଗୀନ କେସରୁ ମୁକ୍ତି ଚାହୁଁଛନ୍ତି ତେବେ ଏନଆଇଏ ଅଧିକାରୀଙ୍କ ସହ କଥା ହୁଅନ୍ତୁ। 

Advertisment

ତା’ପରେ ଆରମ୍ଭ ହୋଇଗଲା ଭିଡିଓ କଲ୍। ସେଥିରେ କୁହାଗଲା, ଜମ୍ମୁ କାଶ୍ମୀରରେ ତାଙ୍କର ଆଉ ଗୋଟିଏ ମନି ଲଣ୍ଡରିଂ (money laundering) କେସ୍ ରହିଛି। ତେଣୁ ଗିରଫଦାରୀ ନିଶ୍ଚିତ। ଧୀରେ ଧୀରେ ଦମ୍ପତିଙ୍କୁ ଡିଜିଟାଲ୍ ଆରେଷ୍ଟ କରିନେଇଥିଲେ ସାଇବର ଠକ। ପରେ ଆରବିଆଇ ଗାଇଡଲାଇନ୍ ଅନୁସାରେ, ଆରବିଆଇ ଆକାଉଣ୍ଟରେ କୋଟିଏ ଟଙ୍କା ଜମା କରନ୍ତୁ, ପରେ ତାହା ସୁଧ ସହ ଫେରାଇଦିଆଯିବ ବୋଲି କହିଥିଲେ ସାଇବର ଠକ। ଗିରଫଦାରୀ ଭୟ ଦେଖାଇ ୩୫ ଘଣ୍ଟା ଧରି ନଜରବନ୍ଦୀ ରଖିଥିଲେ ଦମ୍ପତିଙ୍କୁ।

ଏହି ଦମ୍ପତି ସାଇବର ଠକଙ୍କ ଆକାଉଣ୍ଟରେ ପ୍ରାଥମିକ ଭାବେ ୨୧ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିଲେ। ତେବେ ଆକାଉଣ୍ଟ ଇନଭାଲିଡ୍ ଦେଖାଇଥିଲା। ଠକ ଦେଇଥିଲେ ଆଉ ଗୋଟିଏ ଆକାଉଣ୍ଟ ନମ୍ବର। ତେବେ ସେତେବେଳକୁ ବରିଷ୍ଠ ନାଗରିକ ଠଉରେଇ ନେଇଥିଲେ ଯେ, ସେମାନେ ଡିଜିଟାଲ୍ ଆରେଷ୍ଟ (Digital Arrest) ହୋଇଛନ୍ତି ବୋଲି। ଏହା ପରେ ବିଳମ୍ବ ନକରି ସେମାନେ ସାଇବର ଥାନାରେ ଦେଇଥିଲେ ଏତଲା। 

Advertisment

ବର୍ତ୍ତମାନ ସମୟରେ ଫିଜିକାଲ କ୍ରାଇମଠୁ ଢେର ଗୁଣରେ ବଢ଼ିଛି ସାଇବର କ୍ରାଇମ। ଏ ଚେର ସାରା ଦେଶକୁ ମାଡ଼ି ଗଲାଣି। ତଥ୍ୟକହୁଛି- ଦେଶବ୍ୟାପୀ ସାଇବର ଠକେଇର ପରିମାଣ ୫୪ ହଜାର କୋଟିରୁ ଅଧିକ। କେବଳ ୨୦୨୫ରେ ଅଦୃଶ୍ୟ ଠକ ଲୁଟିଛନ୍ତି ୧୯ହଜାର ୮୧୨କୋଟି।ତେଣୁ ସାଇବର ଲୁଟେରାଙ୍କ କବଳରୁ ଜନତାଙ୍କୁ ସୁରକ୍ଷା ଦେବା ସହ ଏଭଳି ଅପରାଧ ରୋକିବାକୁ ଏସଓପି ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ସରକାର। ଓଡ଼ିଶାରେ ବର୍ଷକରେ ୫୮ କୋଟିର ସାଇବର ଚିଟିଂ ସହ ରୁଜୁ ହୋଇଛି ୨୫୧ ମାମଲା।ଠକଙ୍କ ୨୨ କୋଟି ଟଙ୍କା ଫ୍ରୀଜ କରି  ଠକେଇର ଶିକାର ଲୋକଙ୍କୁ ବି ଟଙ୍କା ଫେରାଇଛି ସାଇବର ଥାନା। ୬୧ ଅଭିଯୁକ୍ତଙ୍କୁ ବାନ୍ଧି ଜେଲ୍‌ ପଠାଇଛି। ତଥାପି ସୁଧୁରୁନି ସ୍ଥିତି।
ସାଇବର ଲୁଟେରାଙ୍କ ସହ କିଛି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା କର୍ମଚାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ଠକେଇର ଖିଅ ଧରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟୁଛି।

Digital Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe