Advertisment

୫ ବର୍ଷ ଝିଅର ଆଖି ଓ କିଡନୀ ତାଡ଼ି ନେଲେ; ନ୍ୟାୟ ପାଇଁ ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):‘ଆମ ୫ ବର୍ଷର ଝିଅକୁ ଅପହରଣ କରି ନେଲେ। ଆଖି ଓ କିଡନୀ ତାଡ଼ି ନେଇ ତାକୁ ମାରିଦେଲେ। ଦେଖୁ ଦେଖୁ ୪ ମାସ ବିତି ଗଲାଣି। ପୁଲିସ୍‌ ନିକଟରେ ଗୁହାରି କଲେ ପୁଲିସ୍‌ ଶୁଣୁନି। ନ୍ୟାୟ ପାଇଁ ଯିବାରୁ ନିର୍ଯାତନାର ଶିକାରୁ ହେଉଛୁ। ଆମେ କିପରି ନ୍ୟାୟ ପାଇବୁ।’ ଆଜି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ହୋଇଥିବା ନୟାଗଡ଼ର ଦମ୍ପତି ଏପରି ଭାବେ ଚିତ୍କାର କରି ନିଜ କୋହକୁ ବଖାଣୁଥିଲେ। […]

ଅଦ୍ୟତନ ହୋଇଛି
୫ ବର୍ଷ ଝିଅର ଆଖି ଓ କିଡନୀ ତାଡ଼ି ନେଲେ; ନ୍ୟାୟ ପାଇଁ ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

nayagad

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):‘ଆମ ୫ ବର୍ଷର ଝିଅକୁ ଅପହରଣ କରି ନେଲେ। ଆଖି ଓ କିଡନୀ ତାଡ଼ି ନେଇ ତାକୁ ମାରିଦେଲେ। ଦେଖୁ ଦେଖୁ ୪ ମାସ ବିତି ଗଲାଣି। ପୁଲିସ୍‌ ନିକଟରେ ଗୁହାରି କଲେ ପୁଲିସ୍‌ ଶୁଣୁନି। ନ୍ୟାୟ ପାଇଁ ଯିବାରୁ ନିର୍ଯାତନାର ଶିକାରୁ ହେଉଛୁ। ଆମେ କିପରି ନ୍ୟାୟ ପାଇବୁ।’ ଆଜି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ହୋଇଥିବା ନୟାଗଡ଼ର ଦମ୍ପତି ଏପରି ଭାବେ ଚିତ୍କାର କରି ନିଜ କୋହକୁ ବଖାଣୁଥିଲେ।

Advertisment

ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ  । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର  ଠିକଣା ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

ପୁଲିସ୍‌ କାବୁ କରିବା ପରେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି କହିଛନ୍ତି- ଝିଅ ପରୀର ମୃତ୍ୟୁକୁ ଅନେକ ମାସ ବିତିଥିଲେ ମଧ୍ୟ ଅଭିଯୁକ୍ତ ଧରାପଡ଼ିନାହାନ୍ତି  । ଆମ କଥା କେହି ଶୁଣୁନାହାନ୍ତି କି ବୁଝୁନାହାନ୍ତି । ଆମ ଝିଅକୁ ମାରିଦେଲେ,ଆଖି ଓ କିଡନୀ ତାଡ଼ି ନେଲେ। ପୁଲିସ୍‌ ନିକଟରେ ଗୁହାରି କଲେ ପୁଲିସ୍‌ ଶୁଣୁନି।  ଆମକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ସମ୍ପୃକ୍ତ ମହିଳା ।

Advertisment

ନିର୍ଯାତନାର କାହାଣୀ ବଖାଣି ସୌଦାମିନୀ  କହିଛନ୍ତି,ଆ ମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି।  ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ନାଏକ ମୋ ଝିଅକୁ ମାରିଛି। ଘଟଣାରେ ଅରୁଣ ସାହୁଙ୍କ ହାତ ରହିଛି ବୋଲି କହିଲେ ସୌଦାମିନି। ମନ୍ତ୍ରୀ କିଛି କରୁନାହାନ୍ତି, ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ସବୁଆଡୁ ବୁଲି ନିରାଶ ହୋଇଛୁ, କେହି ନ୍ୟାୟ ଦେଉନାହାନ୍ତି। ମୋ ଝିଅକୁ ମାରି ଫିଙ୍ଗି ଦେଲେ, ଆମେ କାହିଁକି ଆଉ ବଞ୍ଚିବୁ ‍ବୋଲି କୋହଭରା କଣ୍ଠରେ କହିଲେ ସୌଦାମିନି। ଏନେଇ ମନ୍ତ୍ରୀ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଗତ ଜୁଲାଇ  ୧୪ ତାରିଖ ସକାଳ ୧୦ଟାରେ ମହିଳାଙ୍କ ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରିନେଇଥିଲେ  । ଏନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଅପହରଣର ୧୦ ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର କେତେ ଖଣ୍ଡ ହାଡ଼ ଘର ପଛପଟୁ ମିଳିଥିଲା।  ପୁଲିସ୍‌ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ବେଳେ  ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନାହିଁ ।

ସେହିପରି କିଛି ଦିନ ତଳେ ବିଧାନସଭା ନିକଟରେ ଜଣେ ପୁଅ ତା' ମାଆର ବେକରେ ଛୁରୀ ଲଗାଇ ଧମକ ଦେଇଥିଲା। ଏବେ ଏହି ଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Self Immolation Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe