Advertisment

ହାଇୱା ଧକ୍କାରେ ୨ ଶଗଡ଼ ଚୁରମାର, ୨ ଦମ୍ପତି ଗୁରୁତର

ଦେବଗଡ଼(ସିଦ୍ଧାର୍ଥ ଗୁରୁ) -ହାଇୱା ଧକ୍କାରେ ଚୁରମାର ହୋଇଗଲା ୨ ଟି ଶଗଡ ଗାଡି । ଏହି ଦୁର୍ଘଟଣାରେ ଶଗଡ଼ ଗାଡ଼ି ନେଇ ଯାଉଥିବା ୨ ଦମ୍ପତି ଗୁରୁତର ହୋଇଥିବା ବେଳେ ୨ଟି ବଳଦର ମୃତ୍ୟୁ ହୋଇଛି। ଏପରି ଦୁର୍ଘଟଣା ଆଜି ସକାଳେ ଦେବଗଡ ଜିଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ରଞ୍ଜଣା ଗ୍ରାମରେ ଘଟିଛି। ଗୁରୁତରମାନେ ହେଲେ ରଞ୍ଜଣା ଗ୍ରାମର ନାରାୟଣ ଦେୁହରୀ , ତାଙ୍କ ସ୍ତ୍ରୀ କୁଡାଣୀ ଦେହୁରୀ ଏବଂ ଖଗେଶ୍ୱର ସାହୁ ଓ ତାଙ୍କ ସ୍ତ୍ରୀ […]

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୩ ମୃତ

accident

Advertisment

ଦେବଗଡ଼(ସିଦ୍ଧାର୍ଥ ଗୁରୁ) -ହାଇୱା ଧକ୍କାରେ ଚୁରମାର ହୋଇଗଲା ୨ ଟି ଶଗଡ ଗାଡି । ଏହି ଦୁର୍ଘଟଣାରେ ଶଗଡ଼ ଗାଡ଼ି ନେଇ ଯାଉଥିବା ୨ ଦମ୍ପତି ଗୁରୁତର ହୋଇଥିବା ବେଳେ ୨ଟି ବଳଦର ମୃତ୍ୟୁ ହୋଇଛି। ଏପରି ଦୁର୍ଘଟଣା ଆଜି ସକାଳେ ଦେବଗଡ ଜିଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ରଞ୍ଜଣା ଗ୍ରାମରେ ଘଟିଛି। ଗୁରୁତରମାନେ ହେଲେ ରଞ୍ଜଣା ଗ୍ରାମର ନାରାୟଣ ଦେୁହରୀ , ତାଙ୍କ ସ୍ତ୍ରୀ କୁଡାଣୀ ଦେହୁରୀ ଏବଂ ଖଗେଶ୍ୱର ସାହୁ ଓ ତାଙ୍କ ସ୍ତ୍ରୀ ରୁନୁ ସାହୁ   ।

Advertisment

ଆଜି ସକାଳେ  ଦମ୍ପତିଦ୍ୱୟ  ଶଗଡଗାଡି ନେଇ  ଖିଲେଇ ଆଡ଼କୁ ଯାଉଥିଲେ। ଉକ୍ତ ସମୟରେ ରାଂଚି-ବିଜୟୱାଡା ରାଜପଥ ଦେଇ ଦେବଗଡ ପଟୁ ଏକ ହାଇୱା ଟ୍ରକ ଯାଉଥିଲା। ହାଇୱାଟି ରଞ୍ଜଣା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ଶଗଡ଼ ୨ଟିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

[caption id="attachment_733805" align="aligncenter" width="650"]accident ହାଇୱା ଧକ୍କାରେ ଗୁରୁତରଙ୍କୁ ଦେବଗଡ଼ ମେଡିକାଲରେ ଚିକିତ୍ସା କରାଯାଉଛି।[/caption]

Advertisment

ଏହି ଦୁର୍ଘଟଣାରେ ୨ଟି ଯାକ ଶଗଡଗାଡିର ଗୋଟିଏ ଲେଖାଏଁ ବଳଦଙ୍କର  ମୃତ୍ୟୁ ଘଟିଛି।  ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ପ୍ରଥମେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ  ଖଗେଶ୍ୱର ଓ ତାଙ୍କ ପତ୍ନୀ ରୁନୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡ଼ିଟି ଫେରାର ହୋଇଯାଇଥିବାରୁ ତାହାର ପତ୍ତା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe