Advertisment

ତପସ୍ୱିନୀଙ୍କୁ କୋର୍ଟଙ୍କ ଝଟକା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦିନ ପରେ ଦିନ ଗଡ଼ୁଛି। ମାମଲା ଉପରେ ମାମଲା ହେଉଛି । ପିଟିସନ ଉପରେ ପିଟିସନ ବି ଦାଖଲ ହେଉଛି । କିନ୍ତୁ ସମାଧାନର ବାଟ ଫିଟୁନି। ମାସେରୁ ଅଧିକ ଦିନ ହେବ ତପସ୍ୱିନୀ-ସୁମିତ ବିବାଦ ଲାଗି ରହିଥିବା ବେଳେ ଫିଟି ପାରୁନି ସମାଧାନର ବାଟ। ଆଉ ଏବେ ତପସ୍ୱିନୀଙ୍କୁ ଝଟକା ଦେଇଛନ୍ତି କୋର୍ଟ। ସ୍ୱାମୀ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେ ଶ୍ୱଶୁର ଘରେ ରହିବା ନିମନ୍ତେ ଅନୁମତି ଦେବାକୁ […]

ଅଦ୍ୟତନ ହୋଇଛି
ତପସ୍ୱିନୀଙ୍କୁ କୋର୍ଟଙ୍କ ଝଟକା

tapaswini

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦିନ ପରେ ଦିନ ଗଡ଼ୁଛି। ମାମଲା ଉପରେ ମାମଲା ହେଉଛି । ପିଟିସନ ଉପରେ ପିଟିସନ ବି ଦାଖଲ ହେଉଛି । କିନ୍ତୁ ସମାଧାନର ବାଟ ଫିଟୁନି। ମାସେରୁ ଅଧିକ ଦିନ ହେବ ତପସ୍ୱିନୀ-ସୁମିତ ବିବାଦ ଲାଗି ରହିଥିବା ବେଳେ ଫିଟି ପାରୁନି ସମାଧାନର ବାଟ। ଆଉ ଏବେ ତପସ୍ୱିନୀଙ୍କୁ ଝଟକା ଦେଇଛନ୍ତି କୋର୍ଟ।

Advertisment

ସ୍ୱାମୀ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେ ଶ୍ୱଶୁର ଘରେ ରହିବା ନିମନ୍ତେ ଅନୁମତି ଦେବାକୁ ତପସ୍ୱିନୀ ଗତ ୧୭  ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସିନ ପକାଇଥିଲେ। ହେଲେ ଏହାକୁ ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ତପସ୍ୱିନୀଙ୍କୁ ଶକ୍ତ ଧକ୍କା ଲାଗିଛି। ତେବେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିଛନ୍ତି।

ଦୀପକ ପଟ୍ଟନାୟକ କହିଛନ୍ତି, ତପସ୍ୱିନୀଙ୍କୁ ଘର ଭଡ଼ା ନେଇ ରଖିବା ସହ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ଗତ ୯ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟ ଡାକ୍ତର ସୁମିତଙ୍କୁ ଆଦେଶ ଦେଇଥିଲେ।  କିନ୍ତୁ ୧୦ ତାରିଖରେ ସୁମିତ ପତ୍ନୀଙ୍କୁ ଅବହେଳିତ ଅବସ୍ଥାରେ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ଛାଡ଼ି ପଳାଇଥିଲେ। ଏନେଇ ୧୩ ତାରିଖରେ ତପସ୍ୱିନୀ ଆସିକା ଥାନାରେ ସ୍ୱାମୀ ନିଖୋଜ ନେଇ ଅଭିଯୋଗ କଲେ। କିନ୍ତୁ ପୁଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କଲାନି।

Advertisment

୧୭ ତାରିଖରେ ଆଉ ଏକ ପିଟିସନ ଫାଇଲା କରି ତପସ୍ୱିନୀ ଶ୍ୱଶୁର ଘରେ ରହିବାକୁ ଅନୁମତି ମାଗିଥିଲେ। ଏସ୍‌ଡିଜେଏମ୍‌ କୋର୍ଟ ଏହାକୁ ଖାରଜ କରି ପୁରୁଣା ଆଦେଶ ଦୋହରାଇଥିଲେ, ଯେଉଁଥିରେ ଡାକ୍ତର ସୁମିତିଙ୍କୁ ତପସ୍ୱିନୀଙ୍କ ଦାୟିତ୍ୱ ନେବାକୁ କୁହାଯାଇଛି। କିନ୍ତୁ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଆଦେଶକୁ ଡାକ୍ତର ସୁମିତ ଅବମାନନା କରି ଆସୁଛନ୍ତି।

ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍ କରିଥିବା ବେଳେ ସୁମିତ ମଧ୍ୟ ଜିଲ୍ଲା ଜଜ୍‌ କୋର୍ଟରେ ପିଟିସନ ଫାଇଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି।

ଅନ୍ୟପକ୍ଷରେ ସୁମିତଙ୍କ ଛୁଟିର ଅବଧି ଶେଷ ହୋଇଛି।  ସେ ଆଜି କାର୍ଯ୍ୟରେ ଯୋଗ ଦେବା କଥା। ମାତ୍ର ସେ ବାଲିସିରା  ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇନଥିବା ଜଣାପଡ଼ିଛି।  ସୁମିତ ଜଣେ ସରକାରୀ ଚାକିରିଆ। ବିନା ଅନୁମତିରେ ଯଦି ସେ ଛୁଟିରେ ଅଛନ୍ତି, ତା’ହେଲେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ତପସ୍ୱିନୀଙ୍କ ଓକିଲ କହିଛନ୍ତି। ସୁମିତଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲଙ୍କ ଦେହ ଖରାପ ଅଛି। ଆବଶ୍ୟକ ହେଲେ ସେ ଆଉ ଅଧିକ ଦିନ ଛୁଟି ନେଇପାରନ୍ତି।

Dr.Sumit- Tapaswini Family Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe