Advertisment

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା ୫୪

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଓଡ଼ିଶାରେ ମୋଟ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି। Four COVID-19 positive cases confirmed today so far. Technical issues in the website being rectified. — H & FW Dept Odisha (@HFWOdisha) April 11, 2020 ତେବେ ୱେବସାଇଟ୍‌ରେ ପ୍ରଥମେ ତ୍ରୁଟିଯୁକ୍ତ ତଥ୍ୟ ରହିଥିଲା। ଯାହାକି ପରେ ସୁଧାରି ଦିଆଯାଇଛି। […]

ଅଦ୍ୟତନ ହୋଇଛି
ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା ୫୪

Corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଓଡ଼ିଶାରେ ମୋଟ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି।
https://twitter.com/HFWOdisha/status/1249027545908916224?s=20

Advertisment

ତେବେ ୱେବସାଇଟ୍‌ରେ ପ୍ରଥମେ ତ୍ରୁଟିଯୁକ୍ତ ତଥ୍ୟ ରହିଥିଲା। ଯାହାକି ପରେ ସୁଧାରି ଦିଆଯାଇଛି। ବର୍ତ୍ତମାନ ଆଜିର ଟେଷ୍ଟିଂ ତଥ୍ୟ ବାବଦରେ ତଥ୍ୟ ନ ଦିଆଯାଇ କେବଳ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ୍‌ରେ ତଥ୍ୟ ଦିଆଯାଇଛି। ଅନ୍ୟପକ୍ଷରେ ଟ୍ୱିଟ୍‌ ଯୋଗେ ଆଜିର ୪ ଆକ୍ରାନ୍ତ ବାବଦରେ କୁହାଯିବା ସହ ଯାନ୍ତ୍ରିକ ତ୍ରୁଟି ବାବଦରେ କୁହାଯାଇଛି।

ଏବେ ସୁଦ୍ଧା ୧୨ ଜଣ ସୁସ୍ଥ ହୋଇ ସାରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ତେବେ ୪୧ ଜଣଙ୍କୁ ବର୍ତ୍ତମାନ ମଧ୍ୟ ଆକ୍ଟିଭ୍‌ ତାଲିକାରେ ନିଆଯାଉଛି। ଏଯାଏ ମୋଟ ୩୫୫୧ ନମୁନା ପରୀକ୍ଷା ହୋଇଥିବାବେଳେ ୩୪୯୭ ଜଣଙ୍କ ନମୁନା ନେଗେଟିଭ୍‌ ରହିଛି।

Advertisment

ତେବେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିବା ଅନୁଯାୟୀ, ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। କିଛି ଲକ୍ଷଣ ନଥିଲେ ମଧ୍ୟ ପଜିଟିଭ ମିଳିଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ କିଛି ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବା ଆଶା କରାଯାଉଛି ବୋଲି ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe