/odisha-reporter/media/post_attachments/uploads/2021/12/Corona-and-mask.jpg)
Corona
ଭୁବେନଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହି ସଂକ୍ରମଣ ଆହୁରି ମାସ ଯାଏଁ ବଢ଼ିବା ଅବସ୍ଥାରେ ରହିବ। ଅର୍ଥାତ ଆହୁରି ଦୁଇ ମାସ ଯାଏଁ ଘାଣ୍ଟିବ କରୋନା। ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି। ତେଣୁ ଆଗକୁ ରୋଗୀ ସଂଖ୍ୟା ଦେଖି ହସ୍ପିଟାଲରେ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ଆଜି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ଅନ୍ୟ ଦେଶରେ ବି ସଂକ୍ରମଣ ବଢ଼ୁଛି। କରୋନା ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହୁଛି। ତେବେ ମୃତ୍ୟୁ, ହସ୍ପିଟାଲାଇଜେସନ୍, ଆଇସିୟୁ ଆବଶ୍ୟକତା କମ୍ ରହୁଛି।
ତେବେ ରାଜ୍ୟରେ ଟିକାକରଣ ଜୋରଦାରେ ଜାଲିଛି ପ୍ରିକସନ୍ ବା ବୁଷ୍ଟର ଡୋଜ ଦିଆ ଜାରି ରହିଛି। ମଙ୍ଗବାର ରାଜ୍ୟରେ ୨୦,୧୩୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେହିପରି ୧୨,୧୩୩ ଜଣ ଫ୍ରଣ୍ଟ ଲାଇନ୍ ୱାର୍କର ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କର ୧୩,୮୬୪ ଜଣଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି। ଏହାକୁ ମିଶାଇ ଗତକାଲି ମୋଟ ୪୬ ହଜାର ୧୦୯ ଜଣଙ୍କୁ ପ୍ରିକସନ୍ ଟିକା ଦିଆଯାଇଛି। ଗତକାଲିକୁ ମିଶାଇ ବର୍ତ୍ତମାନ ସୁଦ୍ଧ ୯୬ ହଜାର ୬୮୪ ଜଣଙ୍କୁ ପ୍ରିକସନ୍ ଡୋଜ୍ ଦିଆସରିଥିବା ସେ କହିଛନ୍ତି।
ସୂଚନା ମୁତାବକ ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
