ଭୁବନେଶ୍ୱର(ଓଡ଼ିଶା ରିପୋଟଆର): ରାଜ୍ୟରେ ଧୀରେ ଧୀରେ କମୁଛି କରୋନାର କୋପ । ପ୍ରତିଦିନ ୫ଶହ ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୫ରୁ ୬ ମଧ୍ୟରେ ରହୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ଜିଲ୍ଲାରୁ ଆଉ ୫ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୦୭ରେ ପହଞ୍ଚିଛି ।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଅଛନ୍ତି । ଭୁବନେଶ୍ୱରରୁ ଜେଣ ୫୯ ବର୍ଷୀୟ ବ୍ୟକ୍ତି କରୋନାରେ ଆଖିବୁଜିଛନ୍ତି। ସେ ଡାଇବେଟିସ ରୋଗରେ ପୀଡିତ ଥିଲେ । ସେହିପରି ଖୋର୍ଦ୍ଧାରୁ ୬୪ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତାଙ୍କର ମଧ୍ୟ ଡାଇବେଟିସ ସହ ଅନ୍ୟାନ୍ୟ ସମସ୍ୟା ରହିଥିଲା ।
ଅନ୍ୟପେଟ ମୟୂରଭଞ୍ଜ ଜିଲ୍ଲାରୁ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ବୟସ ଯଥାକ୍ରମେ ୫୮ ଓ ୬୮ ରହିଛି । ଉଭୟ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡିତ ଥିଲେ । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ମଧ୍ୟ ଜଣେ ୫୯ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ୍ ୩୨୩୭୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧୮୬୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Regret to inform the demise of five numbers of Covid positive patients while under treatment in hospitals.
1.A 59-year-old male of Bhubaneswar who was also suffering from Diabetes Mellitus.
— H & FW Dept Odisha (@HFWOdisha) December 13, 2020
4.A 68-year-old male of Mayurbhanj district who was also suffering from Hypertension.
5.A 59-year-old male of Sundargarh district who was also suffering from Sjogren’s Syndrome.
— H & FW Dept Odisha (@HFWOdisha) December 13, 2020