Advertisment

ଶ୍ରୀମନ୍ଦିର ପାଇଁ ସରକାର ଚିନ୍ତିତ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରକୁ ନେଇ ଚିନ୍ତାରେ ସରକାର । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଭିତରେ କରୋନା ସଂକ୍ରମଣ ଚିନ୍ତା ବଢ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ଦେଖାଯାଇଥିବା ବେଳେ ଜିଲ୍ଲାରେ କୋଭିଡ୍ କଟକଣା ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି ସହ କୋଭିଡ୍ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେପଟେ ଶ୍ରୀମନ୍ଦିରରେ କୋଭିଡ୍ କଟକଣା ଓ SOP ଅନୁସାରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ ନିର୍ମାଣକୁ ବିଜେପିର ବିରୋଧ

Puri Jagannath Temple

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରକୁ ନେଇ ଚିନ୍ତାରେ ସରକାର । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଭିତରେ କରୋନା ସଂକ୍ରମଣ ଚିନ୍ତା ବଢ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ଦେଖାଯାଇଥିବା ବେଳେ ଜିଲ୍ଲାରେ କୋଭିଡ୍ କଟକଣା ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

Advertisment

ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି ସହ କୋଭିଡ୍ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେପଟେ ଶ୍ରୀମନ୍ଦିରରେ କୋଭିଡ୍ କଟକଣା ଓ SOP ଅନୁସାରେ ଦର୍ଶନ ବ୍ୟବସ୍ଥା କରାଯାଉଛି। ଗତ ମାସେ ହେଲା ସେବାୟତଙ୍କ କୋଭିଡ ଟେଷ୍ଟ ଚାଲିଛି। ଏଯାବତ ୩୫୦ରୁ ଅଧିକ ସେବାୟତଙ୍କର କରୋନା ଟେଷ୍ଟ ହୋଇସାରିଲାଣି ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ। ତେବେ ବର୍ତ୍ତମାନ ସମୟରେ ଶ୍ରଦ୍ଧାଳୁ ମାସ୍କ ଓ ସାନିଟାଇଜ ବ୍ୟବହାର କରୁଥିଲେ ମଧ୍ୟ ଗହଳି କଟକଣା ମାନୁନଥିବାରୁ କୋଭିଡ ସଂକ୍ରମଣ ଆଶଙ୍କା କରିଛନ୍ତି ସେବାୟତ।

ସୂଚନାଯୋଗ୍ୟ, ଦୀର୍ଘ ୧୦ ମାସ  ପରେ ଗତ ଜାନୁଆରୀ ୨୧ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିଛି। ବିନା କୋଭିଡ ଟେଷ୍ଟରେ ପ୍ରତିଦିନ ପ୍ରାୟ ୩୦ ହଜାରରୁ ଅଧିକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ ସୁବିଧା ପାଇପାରିବେ ବୋଲି ନିର୍ଦ୍ଦେଶ ରହିଛି। ଥର୍ମାଲ ସ୍କ୍ରିନିଂ କରି ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି।  ତେବେ ଯେଉଁ ଭକ୍ତଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ରହୁଛି, ସେହି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଉ ନାହିଁ।

Advertisment

ପ୍ରତି ରବିବାର ଦିନ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିରର ବିଶୋଧନ ମଧ୍ୟ କରାଯାଉଛି।  ଦର୍ଶନ କରୁଥିବା ପ୍ରତିଟି ଶ୍ରଦ୍ଧାଳୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରୁଛନ୍ତି। ତେବେ ବିନା କୋଭିଡ୍ ପରୀକ୍ଷାରେ  ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅନୁମତି ମିଳିବା ପରେ ପ୍ରଶାସନକୁ ସଂକ୍ରମଣ ଭୟ ଘାରିଛି।

Puri Temple