Advertisment

ଲକ୍‌ଡାଉନ୍‌ ପ୍ରଭାବ; ଓଡ଼ିଶା ଓ କେରଳକୁ ସର୍ବାଧିକ ସଫଳତା

ଭୁବନେଶ୍ୱର: ସୋମବାର ଓଡ଼ିଶାରେ ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ପାଇଁ ଚିନ୍ତାଜନକ ବିଷୟ ହୋଇଥିଲେ ହେଁ ଏକ ଆଶ୍ୱସ୍ତିକର ଖବର ମଧ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅକା୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ହେବାରେ ବା ଡବଲିଂ ହାରରେ ଓଡ଼ିଶା ଓ କେରଳକୁ ସର୍ବାଧିକ ସଫଳତା ମିଳିଛି। ଡବଲିଂ ପାଇଁ ଓଡ଼ିଶାରେ ୩୯.୮ ଦିନ ଲାଗିଥିବାବେଳେ କେରଳରେ ଏହା ୭୨.୨ ଦିନ। ଏହା ସହିତ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍‌ ପ୍ରଭାବ; ଓଡ଼ିଶା ଓ କେରଳକୁ ସର୍ବାଧିକ ସଫଳତା

corona-test

Advertisment

ଭୁବନେଶ୍ୱର: ସୋମବାର ଓଡ଼ିଶାରେ ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ପାଇଁ ଚିନ୍ତାଜନକ ବିଷୟ ହୋଇଥିଲେ ହେଁ ଏକ ଆଶ୍ୱସ୍ତିକର ଖବର ମଧ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅକା୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ହେବାରେ ବା ଡବଲିଂ ହାରରେ ଓଡ଼ିଶା ଓ କେରଳକୁ ସର୍ବାଧିକ ସଫଳତା ମିଳିଛି। ଡବଲିଂ ପାଇଁ ଓଡ଼ିଶାରେ ୩୯.୮ ଦିନ ଲାଗିଥିବାବେଳେ କେରଳରେ ଏହା ୭୨.୨ ଦିନ।

Advertisment

ଏହା ସହିତ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତରଆ ଡବଲିଂ ରେଟ୍‌ ଧୀମା ହୋଇ ୭.୫କୁ ଖସିଆସିଛି। ଲକ୍‌ଡାଉନ୍‌ ପୂର୍ବରୁ ଏହା ୩.୫ ଥିଲା। ଏହାର ଅର୍ଥ ଲକ୍‌ଡାଉନ୍‌ ପୂର୍ବରୁ ୩.୫ ଦିନରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦% ହାରରେ ବୃଦ୍ଧି ପାଉଥିଲା। କିନ୍ତୁ କଟକଣା ପରେ ଏହି ୭.୫ ଦିନରେ ୨୦୦% ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ଲବ୍‌ ଅଗ୍ରୱାଲ ଆଜି କହିଥିଲେ, ଭାରତର ୧୮ଟି ରାଜ୍ୟରେ ଡବଲିଂ ହାର ଜାତୀୟ ହାରଠାରୁ କମ୍‌ ରହିଛି।

Advertisment

ଲବ୍‌ ଆହୁରି ମଧ୍ୟ କହିଥିଲେ, ଗତକାଲିଠାରୁ ଆଉ ୧,୫୩୩ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଅର୍ଥାତ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୨୬୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି।

ଡବଲିଂ ହାର

୨୦ ଦିନରୁ କମ୍:-

ଦିଲ୍ଲୀ -୫.୫ ଦିନ
କର୍ଣ୍ଣାଟକ -୨.୨ ଦିନ
ତେଲେଙ୍ଗାନା -୪.୪ ଦିନ
ଆନ୍ଧ୍ରପ୍ରଦେଶ -୧୦.୬ ଦିନ
ଜମ୍ମୁ-କଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ) - ୧୧.୫ ଦିନ
ପଞ୍ଜାବ- ୧୩.୧ ଦିନ
ଛତିଶଗଡ଼ - ୧୩.୩ ଦିନ
ତାମିଲନାଡ଼ୁ -୧୪ ଦିନ
ବିହାର-୧୬.୪ ଦିନ

୨୦ ଦିନରୁ ୩୦ ଦିନ ମଧ୍ୟରେ:

ଆଣ୍ଡାମାନ୍‌-ନିକୋବର (କେନ୍ଦ୍ରଶାସିତ ଅଞ୍ଚଳ) - ୨୦.୧ ଦିନ
ହରିଆଣା -୨୧ ଦିନ
ହିମାଚଳ ପ୍ରଦେଶ - ୨୪.୫ ଦିନ
ଚଣ୍ଡିଗଡ଼ - ୨୫.୪ ଦିନ
ଆସାମ - ୨୫.୮ ଦିନ
ଉତ୍ତରାଖଣ୍ଡ - ୨୬.୬ ଦିନ
ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ) - ୨୬.୬ ଦିନ

୩୦ ଦିନରୁ ଅଧିକ:

ଓଡ଼ିଶା - ୩୯.୮ ଦିନ
କେରଳ - ୭୨.୨ ଦିନ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe