Advertisment

କଳିଙ୍ଗ ଷ୍ଟାଡିୟମରେ ପଶିଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଜୁନିୟର ପୁରୁଷ ହକି ବିଶ୍ୱକପରେ କରୋନା ଭାଇରସ୍ ପ୍ରବେଶ କରିଛି। ଶୁକ୍ରବାର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାରେ ସୋଶାଲ ମିଡିଆ ଟିମର ସଦସ୍ୟ ବୋଲି ଜଣାପଡ଼ିଛି। ଏତେ କଟକଣା ଓ ନିୟମିତ ବ୍ୟବଧାନରେ ଟେଷ୍ଟିଂ ସତ୍ତ୍ୱେ ହକି ବିଶ୍ୱକପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା, ସମସ୍ତଙ୍କୁ […]

author-image
Ranjit Kumar Jena
କଳିଙ୍ଗ ଷ୍ଟାଡିୟମରେ ପଶିଲା କରୋନା

kalinga-stadium

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଜୁନିୟର ପୁରୁଷ ହକି ବିଶ୍ୱକପରେ କରୋନା ଭାଇରସ୍ ପ୍ରବେଶ କରିଛି। ଶୁକ୍ରବାର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାରେ ସୋଶାଲ ମିଡିଆ ଟିମର ସଦସ୍ୟ ବୋଲି ଜଣାପଡ଼ିଛି। ଏତେ କଟକଣା ଓ ନିୟମିତ ବ୍ୟବଧାନରେ ଟେଷ୍ଟିଂ ସତ୍ତ୍ୱେ ହକି ବିଶ୍ୱକପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା, ସମସ୍ତଙ୍କୁ ଚିନ୍ତା ପକାଇ ଦେଇଛି।

Advertisment

ହକି ବିଶ୍ୱକପ୍ ବାୟୋ-ବବଲ୍ ପରିବେଶରେ ହେଉଥିବା ବେଳେ ଏହାର କଭରେଜ୍ ପାଇଁ ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ୪୮ ଘଣ୍ଟାରେ ଆରଟିପିସିଆଲ୍ ଟେଷ୍ଟ କରାଯାଉଛି। ଏବେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଆୟୋଜକ ଶୁକ୍ରବାର ଆରଟିପିସିଆଲ୍ ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି। ବିନା ଆରଟିପିସିଆର୍ ଟେଷ୍ଟରେ କେହିବି ମିଡିଆ ସେଣ୍ଟରକୁ ପ୍ରବେଶ କରିପାରିବେ ନାହିଁ।

ଏ ନେଇ ସ୍ଥାନୀୟ ଅଧିକାରୀ କହିଛନ୍ତି, ଯେଉଁମାନେ ମିଡିଆ ସେଣ୍ଟରକୁ ଆସୁଛନ୍ତି ଏବଂ ବାକି ଟୁର୍ଣ୍ଣାମେଣ୍ଟ କଭର୍ କରିବାକୁ ଚାହୁଁଛନ୍ତି, ସେ ସମସ୍ତଙ୍କ ପାଇଁ ଆଜି ଆରଟିପିସିଆଲ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ସାଧାରଣତଃ ଗଣମାଧ୍ୟମ ପ୍ରତିନିଧିଙ୍କର ପ୍ରତି ୪୮ ଘଣ୍ଟାରେ ଟେଷ୍ଟ କରାଯାଉଛି, କିନ୍ତୁ ରାଜ୍ୟ କ୍ରୀଡ଼ା ବିଭାଗର ସୋଶାଲ ମିଡିଆ ଟିମର ଜଣେ ସଦସ୍ୟ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି।

Advertisment

ସୂଚନାଯୋଗ୍ୟ, ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ବିନା ଦର୍ଶକରେ ଖେଳାଯାଉଛି। ରାଜଧାନୀ ଭୁବନେଶ୍ୱରରେ ହକି ପ୍ରତି କ୍ରେଜ୍ ଓ ମ୍ୟାଚ୍ ସମୟରେ ଷ୍ଟାଡିୟମକୁ ବିପୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ।