Advertisment

୨୪ ଘଣ୍ଟାରେ ୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରେ ୪୯ ଜଣ ଥିବା ବେଳେ ୩୩ ଜଣ ଲୋକାଲ୍‌ କେସ ରହିଛି। ତେବେ ଆଜି ୧୦ ଜିଲ୍ଲାରୁ କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି।  ଏ ନେଇ ରାଜ୍ୟ  ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସୁନ୍ଦରଗଡ ଜିଲ୍ଲାରୁ […]

ସଂକ୍ରମଣ ଆଶଙ୍କା ବଢ଼ୁଛି, ତଥାପି ସବୁ କୋହଳ !

corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରେ ୪୯ ଜଣ ଥିବା ବେଳେ ୩୩ ଜଣ ଲୋକାଲ୍‌ କେସ ରହିଛି। ତେବେ ଆଜି ୧୦ ଜିଲ୍ଲାରୁ କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି।  ଏ ନେଇ ରାଜ୍ୟ  ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରିଛି।

Advertisment

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଅଛନ୍ତି। ସେହିପରି ଅନୁଗୋଳରୁ ୯, ଦେବଗଡ ୩, ଯାଜପୁର ୩, ବାଲେଶ୍ୱରରୁ ୩ ଜଣ, ବରଗଡରୁ ୬, ମୟୂରଗଞ୍ଜ, ବଲାଙ୍ଗିର ଓ କଟକରୁ ୫ ଜଣ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

https://twitter.com/IPR_Odisha/status/1357952488859529217?s=20

ତେବେ ନୂଆପଡ଼ା, କଳାହାଣ୍ଡି, ଗଜପତିରୁ ଜଣେ ଲେଖାଏ, ପୁରୀ, ରାୟଗଡ଼ା, କେନ୍ଦୁଝର, ଗଞ୍ଜାମ, ସୋନପୁର, ଝାରସୁଗୁଡ଼ାରୁ ୨ଜଣ ଲେଖାଏ, ସମ୍ବଲପୁରରୁ ୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍‌ରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  କରୋନା ରୋଗୀ ସଂଖ୍ୟା ୩,୩୫,୫୪୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩, ୩୨,୭୩୩ ଜଣ। ରାଜ୍ୟରେ ଆକ୍ଟିଭ କେସ ଅଛି ୮୫୩।

ସୂଚନାଥାଉ କି, ରାଜ୍ୟରେ ଆଜିଠୁ  ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କୋଭିଡ୍ ଟିକା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଏବଂ ବରିଷ୍ଠ ଅଧିକାରୀମାନେ ଟିକା ନେଉଛନ୍ତି । ଏମିତିକି ବରିଷ୍ଠ ଅଧିକାରୀମାନେ ଟିକା ନେବା ବେଳର ଫଟୋ ଟ୍ୱିଟରରେ ଅପଲୋଡ୍ କରିବେ । ଏହା ଦ୍ୱାରା ଲୋକେ ସଚେତନ ହେବେ, ସେମାନଙ୍କ ମନରୁ ଡର ଦୂର ହୋଇ ଆତ୍ମବିଶ୍ୱାସ ବଢିବ ବୋଲି ଆଶା କରାଯାଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe