Advertisment

କରୋନା ଟିକା ଆସିବା ପୂର୍ବରୁ କମିଟି ଗଠନ କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ପ୍ରତିଷେଧକ ପାଇଁ ଟିକାର ବିକାଶିତ କରାଯାଉଛି। ଖୁବ୍‌ ଶୀଘ୍ର ଏହି ଟିକା ଦେଶରେ ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ବ୍ୟବସ୍ଥା ଯେପରି ସୁଗମ ହୋଇପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ […]

author-image
Manoranjan Sial
କରୋନା ଟିକା ଆସିବା ପୂର୍ବରୁ କମିଟି ଗଠନ କଲେ ସରକାର

covid

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ପ୍ରତିଷେଧକ ପାଇଁ ଟିକାର ବିକାଶିତ କରାଯାଉଛି। ଖୁବ୍‌ ଶୀଘ୍ର ଏହି ଟିକା ଦେଶରେ ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ବ୍ୟବସ୍ଥା ଯେପରି ସୁଗମ ହୋଇପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର।

Advertisment

ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି। ୨୧ ଜଣିଆ ରାଜ୍ୟସ୍ତରୀୟ ଟିକାକରଣ କମିଟିର ଅଧ୍ୟକ୍ଷ ରହିବେ ପରିବାର କଲ୍ୟାଣ ନିର୍ଦ୍ଦେଶକ। ଏଥିରେ ସଦସ୍ୟ ଭାବେ କାମ କରିବେ ରାଜ୍ୟ ଟିକାକରଣ ଅଧିକାରୀ। ସେହିପରି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବି ବଡ଼ ମେଡିକାଲର କେତେକ ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀ ଏବଂ ବିଶେଷଜ୍ଞ ଏହି କମିଟିରେ ସଦସ୍ୟ ରହିବେ।

ରାଜ୍ୟସ୍ତରୀୟ କମିଟି ଜିଲ୍ଲାସ୍ତରୀୟ କାର୍ଯ୍ୟର ସମୀକ୍ଷା  କରିବା ସହ ବିଭିନ୍ନ ଜିଲ୍ଲା ଗସ୍ତ କରି ବ୍ୟବସ୍ଥା ପରଖିବ। ସେହିପରି ୧୪ ଜଣିଆ ଜିଲ୍ଲାସ୍ତରୀୟ ଟିକାକରଣ କମିଟିର ମୁଖ୍ୟ ରହିବେ ସିଡିଏମ୍ଓ। ଏଥିରେ ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ଭାବେ କାମ କରିବେ। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାମ କରୁଥିବା ବିଶେଷଜ୍ଞମାନଙ୍କ ସହ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ଜିଲ୍ଲାରେ ଠିକ ଭାବେ ଯେଭଳି ଟିକାକରଣ ହେବ, ସେଥିପ୍ରତି ଦୃଷ୍ଟି ଦେବ ଜିଲ୍ଲାସ୍ତରୀୟ କମିଟି।

Advertisment