Advertisment

ରାଜ୍ୟରେ ୧୭ ଶହ ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୁଣ୍ଡ ନେଉଛି ଏହି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଆଉ ୧୬ ଜଣ କରୋନାରେ ଆଖି ବୁଜିଛନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି […]

ଅଦ୍ୟତନ ହୋଇଛି
ରାଜ୍ୟରେ ୧୭ ଶହ ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା

1-corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୁଣ୍ଡ ନେଉଛି ଏହି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଆଉ ୧୬ ଜଣ କରୋନାରେ ଆଖି ବୁଜିଛନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

Advertisment

ମୃତକଙ୍କ ମଧ୍ୟରେ ସୁନ୍ଦରଗଡରରୁ ସର୍ବାଧିକ ୫ ଜଣ ଅଛନ୍ତି । ସେହିପରି ପୁରୀରୁ ୪ ଜଣ, ଭୁବନେଶ୍ୱରରୁ ୩, ଅନୁଗୁଳରୁ ୨, ଢ଼େଙ୍କାନାଳ, କଳାହାଣ୍ଡି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି ।

ଏଯାବତ୍‌ ରାଜ୍ୟରେ ସମୁଦାୟ  ୩,୧୬୬୪୫  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୮୧୦୨  ସୁସ୍ଥ ହୋଇସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୬୭୮୬ ଆକ୍ଟିଭ କେସ୍‌ ରହିଛି ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe