Advertisment

ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି ସତ ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪ ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରାସ । ଏହାକୁ ମିଶାଇ ରାଜ୍ୟରେ ମୋଟା କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ପରିବାର ଓ  ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ୫୯ଜଣ ବ୍ରିଟେନ ଫେରନ୍ତା, ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ନିର୍ଦ୍ଦେଶ

briten-corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି ସତ ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪ ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରାସ । ଏହାକୁ ମିଶାଇ ରାଜ୍ୟରେ ମୋଟା କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ପରିବାର ଓ  ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

Advertisment

ମୃତକଙ୍କ ମଧ୍ୟରେ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା ଓ ପୁରୀର ଜଣେ ଲେଖାଏଁ ଅଛନ୍ତି । ସମସ୍ତ ମୃତକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ଅନ୍ୟପକ୍ଷରେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ୨୭ ଜିଲ୍ଲାରୁ ରାଜ୍ୟରେ ୨୬୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୫୧ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ଅନ୍ୟ ୧୧୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇରା ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୯,୦୦୧ରେ ପହଞ୍ଚିଛି ।

Advertisment

ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୩୨ ଜଣ ଅଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଅଛି ବରଗଡ । ଜିଲ୍ଲାରୁ ୨୩ ଜଣ ନୂଆ କରୋନା ପଜିଟିଭ ବାହାରିଛନ୍ତି । ଅନ୍ୟପଟେ  ବଲାଙ୍ଗୀର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୨୦, ସମ୍ବଲପୁର ଜିଲ୍ଲାରୁ ୨୦, ବାଲେଶ୍ୱର ଜିଲ୍ଲାରୁ ୧୯, ଖୋର୍ଦ୍ଧା ଜିଲ୍ଲାରୁ ୧୯, ଝାରସୁଗୁଡ଼ା ଜିଲ୍ଲାରୁ ୧୫, କଳାହାଣ୍ଡି ଜିଲ୍ଲାରୁ ୧୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦, ମୟୁରଭଞ୍ଜ ଜିଲ୍ଲାରୁ ୧୦,  ଯାଜପୁର ଜିଲ୍ଲାରୁ ୮, କେନ୍ଦୁଝର ଜିଲ୍ଲାରୁ ୭, କଟକ ଜିଲ୍ଲାରୁ ୭, ବୌଦ୍ଧ ଜିଲ୍ଲାରୁ ୫, ,  ନୟାଗଡ଼ ଜିଲ୍ଲାରୁ ୫, ନୂଆପଡ଼ା ଜିଲ୍ଲାରୁ ୫, ସୋନପୁର ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୨, ନବରଙ୍ଗପୁର ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୨,  ମାଲକାନଗିରି ଜିଲ୍ଲାରୁ ଜଣେ, ଦେଓଗଡ଼ ଜିଲ୍ଲାରୁ ଜଣେ,  ରାୟଗଡ଼ ଜିଲ୍ଲାରୁ ଜଣେ, ଷ୍ଟେଟ୍‌ ପୁଲ୍‌ରୁ ୫ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୨୯,୦୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୬୮୮ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ୩,୨୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe