ରାଉରକେଲା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ପରିସ୍ଥିତି ନିୟନ୍ତ୍ରଣ ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ।
ପ୍ରତି ଶହେ ଘର ଯେପରି ଜଣେ ଜଣେ କୋଭିଡ ମନିଟରଙ୍କ ସର୍ଭେଲାନ୍ସରେ ରହିବ, ତାକୁ ଲକ୍ଷ୍ୟ ରଖାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ କୋଭିଡ ମନିଟର କାର୍ଯ୍ୟ କରୁଛନ୍ତି। ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସହରର ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କୁ କୋଭିଡ ମନିଟର ଭାବେ ଚିହ୍ନଟ କରାଯାଇଛି।
କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସତର୍କତା ଅବଲମ୍ବନ ନିମନ୍ତେ ଲୋକଙ୍କୁ ସଚେତନ କରାଇବା କାର୍ଯ୍ୟ ଏହି କୋଭିଡ ମନିଟରମାନେ ହିଁ କରିବେ। ହୋମ୍ ଆଇସୋଲେସନରେ ଥିବା କୋଭିଡ ପଜିଟିଭ ବ୍ୟକ୍ତିଙ୍କ ପାଇଁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ନିଗମ ପକ୍ଷରୁ ଏକ ହେଲ୍ପଲାଇନ ଜାରି କରାଯାଇଛି। ଆହୁରି ଅଧିକ କୋଭିଡ ମନିଟରଙ୍କୁ କାର୍ଯ୍ୟରେ ନିୟୋଜିତ ନିମନ୍ତେ ପ୍ରୟାସ ଜାରି ରହିଛି ବୋଲି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମିଛ ସତ୍ୟପାଠ ଦେଇନାହାନ୍ତି ତ ବିଜେଡି ବିଧାୟକ ତୁଷାରକାନ୍ତି: ଆଇଆଇଟିରୁ ଏମଟେକ୍ ଡିଗ୍ରୀ ଥାଇବି ଠକି ନେଲେ ସାଇବର ଠକ
୨୦୨୪ ନିର୍ବାଚନୀ ସତ୍ୟପାଠରେ ନିଜ ସ୍ଥାବର-ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ୍ ୯୭ଲକ୍ଷ ଟଙ୍କା ଦର୍ଶାଇଥିବା ତୁଷାରକାନ୍ତି କେଉଁଠୁ ଏତେ ପରିମାଣର ଅର୍ଥ ଆଣିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

Guest Column
ଗଣତାନ୍ତ୍ରିକ ପରମ୍ପରା କ୍ଷୁଣ୍ଣ ନହେଉ
ବିଧାନସଭାରେ ପ୍ରତିଦିନର କାର୍ଯ୍ୟକ୍ରମ (ରୁଲ୍ସ ଆଣ୍ଡ ବିଜିନେସ୍) ସ୍ପିକର୍ଙ୍କ ଆହ୍ୱାନକ୍ରମେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥାଏ। ସେଥିରେ ପ୍ରଶ୍ନ-ଉତ୍ତର କାଳ ନିର୍ଣ୍ଣିତ ହୋଇଥାଏ । ଏହାପରେ ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶ୍ନ ଉତ୍ଥାପନ କରିବା ପାଇଁ ଜିରୋ ଆୱାର ବ୍ୟବସ୍ଥା ମଧ୍ୟ ଥାଏ। ଏହାପରେ ବିରୋଧୀ ଦଳ ରାଜ୍ୟରେ ଘଟୁଥିବା ଅନେକ ବିଶୃଙ୍ଖଳାକୁ ସାମ୍ନାକୁ ଆଣିବା ପାଇଁ ମୁଲତବୀ ପ୍ରସ୍ତାବ ମାନ ଦେଇଥାନ୍ତି । ଏହି ସମୟରେ ମଧ୍ୟ ସରକାରୀ ଦଳ ମୁଲତବୀ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି।

Politics
ସୁଜାତାଙ୍କ ଭିଆରଏସ୍ : ପଣା ସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ପାଣ୍ଡିଆନଙ୍କ ପରିବାର
୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଓଡ଼ିଶା ସରକାର ପ୍ରାୟ ୧୪ଦିନ ପକାଇ ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସୁଜାତାଙ୍କ ଆବେଦନ ଉପରେ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Education
ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ହଟିନି ଦୁର୍ନୀତି ଓ ଅନିୟମିତତାର ଦାଗ !
ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି।
Guest Column
ଜନଶୃତି କ’ଣ ଇତିହାସ ?
ବହୁ ସମୟରେ ଜନଶୃତିମାନଙ୍କୁ ଇତିହାସ ବୋଲି ଆମ ସମାଜରେ ଧରିନିଆଯାଇଛି। ଏହା ଦ୍ଵାରା ଜିଜ୍ଞାସା ବଦଳରେ ଔଲକିକତାକୁ ପୀଢି ପୀଢି ଧରି ପ୍ରକୃତ ଜ୍ଞାନ ବୋଲି ଆମର ସମାଜ ଜାଣୁଛି। ଫଳରେ, ପୁରାଣକୁ ଇତିହାସ ମନେକରି ଅନେକ ମଣିଷ ଯୁକ୍ତି କରିବା ମଧ୍ୟ ମୁଁ ଶୁଣିଛି।