Advertisment

କରୋନାର ଭୟାବହତା ବୁଝାଇବେ ‘କୋଭିଡ ମନିଟର’

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ପରିସ୍ଥିତି ନିୟନ୍ତ୍ରଣ ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ପ୍ରତି ଶହେ ଘର ଯେପରି ଜଣେ ଜଣେ କୋଭିଡ ମନିଟରଙ୍କ ସର୍ଭେଲାନ୍ସରେ ରହିବ, ତାକୁ ଲକ୍ଷ୍ୟ ରଖାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ କୋଭିଡ ମନିଟର […]

author-image
Tapaswini Nayak
କରୋନାର ଭୟାବହତା ବୁଝାଇବେ ‘କୋଭିଡ ମନିଟର’

rkl

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ପରିସ୍ଥିତି ନିୟନ୍ତ୍ରଣ ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

Advertisment

ପ୍ରତି ଶହେ ଘର ଯେପରି ଜଣେ ଜଣେ କୋଭିଡ ମନିଟରଙ୍କ ସର୍ଭେଲାନ୍ସରେ ରହିବ, ତାକୁ ଲକ୍ଷ୍ୟ ରଖାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ କୋଭିଡ ମନିଟର କାର୍ଯ୍ୟ କରୁଛନ୍ତି। ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସହରର ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କୁ କୋଭିଡ ମନିଟର ଭାବେ ଚିହ୍ନଟ କରାଯାଇଛି।

କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସତର୍କତା ଅବଲମ୍ବନ ନିମନ୍ତେ ଲୋକଙ୍କୁ ସଚେତନ କରାଇବା କାର୍ଯ୍ୟ ଏହି କୋଭିଡ ମନିଟରମାନେ ହିଁ କରିବେ। ହୋମ୍ ଆଇସୋଲେସନରେ ଥିବା କୋଭିଡ ପଜିଟିଭ ବ୍ୟକ୍ତିଙ୍କ ପାଇଁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ନିଗମ ପକ୍ଷରୁ ଏକ ହେଲ୍ପଲାଇନ ଜାରି କରାଯାଇଛି। ଆହୁରି ଅଧିକ କୋଭିଡ ମନିଟରଙ୍କୁ କାର୍ଯ୍ୟରେ ନିୟୋଜିତ ନିମନ୍ତେ ପ୍ରୟାସ ଜାରି ରହିଛି ବୋଲି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।

Advertisment
Rourkela