Advertisment

‘କରୋନା ଯୋଦ୍ଧାଙ୍କ ପାଇଁ ସବୁ ଅଫିସରେ କୋଭିଡ୍ ମନିଟର ଅଛି’

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): “ଗଞ୍ଜାମ ଜିଲ୍ଲାରେ କରୋନା ଯୋଦ୍ଧାଙ୍କ ପାଇଁ ସବୁ ଅଫିସରେ କୋଭିଡ୍ ମନିଟର ଅଛି। ଅସୁସ୍ଥ କିମ୍ବା ଲକ୍ଷଣ ଦେଖାଦେଲେ କୋଭିଡ୍ ମନିଟର ମାଧ୍ୟମରେ ସେମାନେ ଜଣାଇବେ। ତୁରନ୍ତ ସେମାନଙ୍କ ଟେଷ୍ଟ ସହ ଚିକିତ୍ସା କରାଯିବ। ସପ୍ତାହେ ବିଶ୍ରାମ ପରେ ପୁଣି ସପ୍ତାହେ କୋଭିଡ୍ ଡ୍ୟୁଟି କରିବେ ଷ୍ଟାଫ୍।” ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ କୋଭିଡ୍ ନିୟମ ଆହୁରି କଡ଼ାକଡ଼ି ହେବ। ସରକାର […]

ଅଦ୍ୟତନ ହୋଇଛି
‘କରୋନା ଯୋଦ୍ଧାଙ୍କ ପାଇଁ ସବୁ ଅଫିସରେ କୋଭିଡ୍ ମନିଟର ଅଛି’

Ganjam-Collecter

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): “ଗଞ୍ଜାମ ଜିଲ୍ଲାରେ କରୋନା ଯୋଦ୍ଧାଙ୍କ ପାଇଁ ସବୁ ଅଫିସରେ କୋଭିଡ୍ ମନିଟର ଅଛି। ଅସୁସ୍ଥ କିମ୍ବା ଲକ୍ଷଣ ଦେଖାଦେଲେ କୋଭିଡ୍ ମନିଟର ମାଧ୍ୟମରେ ସେମାନେ ଜଣାଇବେ। ତୁରନ୍ତ ସେମାନଙ୍କ ଟେଷ୍ଟ ସହ ଚିକିତ୍ସା କରାଯିବ। ସପ୍ତାହେ ବିଶ୍ରାମ ପରେ ପୁଣି ସପ୍ତାହେ କୋଭିଡ୍ ଡ୍ୟୁଟି କରିବେ ଷ୍ଟାଫ୍।” ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି। 

Advertisment

ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ କୋଭିଡ୍ ନିୟମ ଆହୁରି କଡ଼ାକଡ଼ି ହେବ। ସରକାର ପଠାଇଥିବା ୬ ଓଏଏସ୍‌ ଅଧିକାରୀ କରୋନା ପରିଚାଳନା ଦାୟିତ୍ୱରେ ରହିବେ। ୨ ଆଇଏଏସ୍ ଭଞ୍ଜନଗର ଓ ଛତ୍ରପୁର ଦାୟିତ୍ୱରେ ରହିବେ। ସବ୍‌ଡିଭିଜନ ସ୍ତରରେ ଏମାନେ କୋଭିଡ୍ ପରିଚାଳନା କରିବେ।

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨, ୧୮୨ରେ ପହଞ୍ଚିଛି। ସେହିପରି ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚି ସାରିଲାଣି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe