Advertisment

ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇଲାଣି ତାତି ସାଙ୍ଗକୁ ପୁନଃ କୋଭିଡ୍‌ ସଂକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳୁଛି ଓଡ଼ିଶା। ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ। ଅନ୍ୟପକ୍ଷରେ ମହାମାରୀ କରୋନା ଫେରୁଥିବାରୁ କେମିତି ହେବ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା? ତାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ। କିନ୍ତୁ ରାଜ୍ୟ ସରକାର କହିଛନ୍ତି ସବୁପ୍ରକାର ପ୍ରସ୍ତୁତି ହୋଇଛି। କିଛି ଅସୁବିଧା ହେବନାହିଁ। ଏପ୍ରିଲ୍ ୨୮ରୁ ମେ’ ୩୧ ତାରିଖ ଯାଏ ଦ୍ୱାଦଶ ଓ ଏପ୍ରିଲ୍ ୨୯ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା। ସେଥିପାଇଁ ତତ୍ପର ବିଦ୍ୟାଳୟ ଓ […]

ଅଦ୍ୟତନ ହୋଇଛି
କୋଭିଡ ମନିଟରିଂ ସେଲ୍ ଗଠିତ , ମାସ୍କ ବିନା ସ୍କୁଲରେ ଏଣ୍ଟ୍ରି ମନା

Students

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳୁଛି ଓଡ଼ିଶା। ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ। ଅନ୍ୟପକ୍ଷରେ ମହାମାରୀ କରୋନା ଫେରୁଥିବାରୁ କେମିତି ହେବ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା? ତାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ। କିନ୍ତୁ ରାଜ୍ୟ ସରକାର କହିଛନ୍ତି ସବୁପ୍ରକାର ପ୍ରସ୍ତୁତି ହୋଇଛି। କିଛି ଅସୁବିଧା ହେବନାହିଁ।

Advertisment

ଏପ୍ରିଲ୍ ୨୮ରୁ ମେ’ ୩୧ ତାରିଖ ଯାଏ ଦ୍ୱାଦଶ ଓ ଏପ୍ରିଲ୍ ୨୯ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା। ସେଥିପାଇଁ ତତ୍ପର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୋଡାଲ୍‌ ସେଣ୍ଟରରେ ପହଞ୍ଚିିବାରେ ଲାଗିଛି ପ୍ରଶ୍ନପତ୍ର। ଉପାନ୍ତ ଓ ନକ୍ସଲ ପ୍ରବଣ ଜିଲ୍ଲାରେ ସୁରକ୍ଷା ଦୃଷ୍ଟିରୁ ଥାନାରେ ରଖାଯାଉଛି ପ୍ରଶ୍ନପତ୍ର। ଏଥିସହିତ କପି ରୋକିବା ପାଇଁ ଗଠନ ହୋଇଛି ସ୍କ୍ୱାଡ। କିପରି ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ହେବ? ସେନେଇ ଗତ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ବୈଠକ କରିଥିଲେ। ପ୍ରଶ୍ନପତ୍ର ଭାଇରାଲ୍‌ ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ। ତେଣେ ଦୁଇବର୍ଷ ପରେ ସ୍ୱାଭାବିକ ଭାବେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢିଛି ଉତ୍କଷ୍ଠା। 

ଚଳିତବର୍ଷ ମାଟ୍ରିକ୍‌ରେ ୫ ଲକ୍ଷ ୮୫ ହଜାର ୭୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୩,୫୪୦ଟି ପରୀକ୍ଷା କେନ୍ଦ୍ର ଓ ୩୧୫ଟି ନୋଡାଲ୍‌ ସେଣ୍ଟର ହୋଇଛି। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ। ଏଥିପାଇଁ ୧୧ ଶହ ୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ ଟି ନୋଡାଲ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ନୋଡାଲ୍‌ ସେଣ୍ଟର ଓ ଦ୍ୱାଦଶର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।

Advertisment

ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ପରୀକ୍ଷା ପରିଚାଳନା ଚାଲେଞ୍ଜ ହେବାକୁ ଯାଉଛି। ସେପଟେ ଉପାନ୍ତ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ପ୍ରଶ୍ନପତ୍ର ସୁରକ୍ଷା ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଚିନ୍ତା ବଢାଇଛି। ତେବେ ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଗଣଶିକ୍ଷା ବିଭାଗ କହିଛି। ଅନ୍ୟପକ୍ଷରେ ଅଫ୍‌ଲାଇନ୍‌ ପରୀକ୍ଷା ଦ୍ୱାରା ପିଲାଙ୍କୁ ଦକ୍ଷତା ପ୍ରଦର୍ଶନ ଲାଗି ସୁଯୋଗ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

School Reopen In Odisha Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe