କୋଭିଡ୍ ସ୍ଥିତି ସମୀକ୍ଷା: ସ୍ଥିତି ଚିନ୍ତାଜନକ ନୁହେଁ, କଟକଣା ଲାଗୁ ହେବନି, ସରକାର ସଜାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର କାରଣ ନାହିଁ । ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି । ତେଣୁ ବିଶେଷଜ୍ଞମାନଙ୍କ ପରାମର୍ଶରେ ରାଜ୍ୟ ସରକାର କୌଣସି […]

Shalini Pandit

Shalini Pandit

Ordigital Desk
  • Published: Wednesday, 28 December 2022
  • Updated: 28 December 2022, 06:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର କାରଣ ନାହିଁ । ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି । ତେଣୁ ବିଶେଷଜ୍ଞମାନଙ୍କ ପରାମର୍ଶରେ ରାଜ୍ୟ ସରକାର କୌଣସି ପ୍ରକାରର କଟକଣା ଜାରି କରିବେ ନାହିଁ । କେବଳ ଜନଗହଳିପୂର୍ଣ୍ଣ ଅଂଚଳକୁ ଯିବାବେଳେ ଲୋକେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ପରିସ୍ଥିତିର ସମୀକ୍ଷା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏଥିରେ ବିଭିନ୍ନ ଅନୁଷ୍ଠାନର ବିଶେଷଜ୍ଞଙ୍କ ସମେତ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ହୋଇଥିଲେ । ବୈଠକରେ ଚୀନର ବର୍ତ୍ତମାନର ପରିସ୍ଥିତି ତଥା ଦେଶ ଓ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଓଡ଼ିଶାରେ କୋଭିଡ୍ ସ୍ଥିତିକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଏହି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଗତ ୩ମାସ ଧରି ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇବା ପରେ ସରକାର ରାଜ୍ୟରୁ କୋଭିଡ୍ କଟକଣା ସବୁ ହଟାଇ ଦେଇଥିଲେ । କୋଭିଡ୍ ନିୟମ ଉଲ୍ଲଘଂନ ପାଇଁ କୌଣସି ପ୍ରକାରର ଜୋରିମାନା ମଧ୍ୟ ଏବେ ନାହିଁ । କାରଣ ଗତ ୩ମାସ ଧଣି ରାଜ୍ୟରେ ମାତ୍ର ୫ରୁ ୭ଜଣ ବ୍ୟକ୍ତି ଦୈନିକ କୋଭିଡ୍ ସଂକ୍ରମିତ ହେଉଛନ୍ତି ।

ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୧୩୧ଜଣଙ୍କ କୋଭିଡ୍ ପରୀକ୍ଷା ହେଉଥିବାବେଳେ ଦୈନିକ ପ୍ରାୟ ୬-୭ହଜାର ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୫-୬ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୌଣସି ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉନି । ସେହିଭଳି ଦେଶରେ ବି ସର୍ବାଧିକ ୧୦୦ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ହୋଇଥିବାବେଳେ ସମଗ୍ର ଦେଶରେ ଏହା ୦.୩% ଅଛି । ତେଣୁ ଗତ ୪ସପ୍ତାହର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ସରକାର ରାଜ୍ୟରେ କୋଭିଡ୍ ସଂକ୍ରାନ୍ତ କୌଣସି କଟକଣା ବା ନିୟମ ଲାଗୁ କରିବାକୁ ଚାହୁଁନାହାନ୍ତି ।
ତେବେ ଏବେ ଯେଉଁ ସବୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସମସ୍ତଙ୍କର ଜିନୋମ ଟେଷ୍ଟିଂ କରାଯାଉଛି । ରାଜ୍ୟର ୩ଟି ସ୍ଥାନରେ ଏହି ଜିନୋମ ଟେଷ୍ଟିଂ ହେଉଛି । ତା’ଛଡ଼ା ରାଜ୍ୟରେ ଏବେ ଦୈନିକ କୋଭିଡ୍ ପରୀକ୍ଷା ଯାହା ହେଉଛି ସେଥିରୁ ୫୦% ଆରଟିପିସିଆର ଟେଷ୍ଟ । ସବୁ ଜିଲ୍ଲାରେ ଏହି ଟେଷ୍ଟ ସୁବିଧା ରହିଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।

ତେବେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ନିଜ ତରଫରୁ ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣ ଔଷଧ, କିଟ୍ , ଅକ୍ସିଜେନ ବେଡ୍ ଆଦି ପ୍ରସ୍ତୁତ ରଖିଛନ୍ତି । ଯାହାଫଳରେ ଯେକୌଣସି ପରିସ୍ଥିତିର ମୁକାବିଲା ସଙ୍ଗେସଙ୍ଗେ କରାଯାଇପାରିବ । ତା’ଛଡ଼ା ରାଜ୍ୟର ୯୦ ପ୍ରତିଶତ ଲୋକ ଦୁଇଟି ଡୋଜ୍ କୋଭିଡ୍ ଟିକା ନେଇସାରିଛନ୍ତି । ତେଣୁ ରାଜ୍ୟବାସୀ କୋଭିଡକୁ ନେଇ ଭୟଭୀତ ହେବାର କାରଣ ନାହିଁ । ମାତ୍ର ନିଜେ ସ୍ୱେଚ୍ଛାକୃତ ଭାବେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାବେଳେ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ କୋଭିଡ୍ ଟିକା ମହଜୁଦ ନାହିଁ । ସେ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ପୂର୍ବରୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜଣାଇ ସାରିଛନ୍ତି । ସେ ନିଜେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାକୁ କୋଭିଡ୍ ଟିକା ପଠାଇବାକୁ ଅନୁରୋଧ କରିବେ । ଅବଶ୍ୟ ଘରୋଇ ହସ୍ପିଟାଲରେ ଟିକା ମହଜୁଦ ଅଛି, କିନ୍ତୁ ସରକାରୀ ହସ୍ପିଟାଲରେ କୋଭିଡ୍ ଟିକା ବ୍ୟବସ୍ଥା କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

ସରକାର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ପରାମର୍ଶ ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ଗହଳି ସ୍ଥାନକୁ ନଯିବା, ମାସ୍କ ପିନ୍ଧିବା, ହାତ ଧୋଇବା ଆଦି ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟବ୍ୟାପୀ ସମସ୍ତ ମେଡିକାଲରେ ଫିଭର କ୍ଲିନିକ ଜାରି ରହିବ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଫିସରମାନେ ମଧ୍ୟ ସ୍ଥିତିକୁ ନେଇ ସତର୍କ ରହିଛନ୍ତି । ଆଗାମୀ ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଯେଭଳି କୋଭିଡ୍ ସଂକ୍ରମଣ ନହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି । ରାଉରକେଲାରେୁ ହକି ମ୍ୟାଚ୍ ସ୍ଥଳରେ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story