Advertisment

ବାତ୍ୟା ଯୋଗୁଁ କୋଭିଡ୍ ଚିକିତ୍ସାରେ ବାଧା ସୃଷ୍ଟି ନହେଉ: ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ଯୋଗୁଁ କୋଭିଡ୍ ଚିକିତ୍ସାରେ ବାଧା ସୃଷ୍ଟି ନହେଉ । ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ଠିକଣା ସମୟରେ ସ୍ଥାନାନ୍ତରଣ କରାଯାଉ । ସମ୍ଭାବ୍ୟ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରି ଆଜି ଏସବୁ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ବିଭାଗର ମନ୍ତ୍ରୀ, ଅଧିକାରୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ୟାସ୍ ମୁକାବିଲା ପ୍ରସ୍ତୁତି କିଭଳି ହୋଇଛି ତାର ପୂର୍ଣ୍ଣ ସମୀକ୍ଷା […]

ଅଦ୍ୟତନ ହୋଇଛି
ଦେଶ ଏବେ ବିକାଶ ପାଇଁ ଅପେକ୍ଷା କରିପାରିବନି: ମୋଦି

modi-niti-ayoga

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ଯୋଗୁଁ କୋଭିଡ୍ ଚିକିତ୍ସାରେ ବାଧା ସୃଷ୍ଟି ନହେଉ । ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ଠିକଣା ସମୟରେ ସ୍ଥାନାନ୍ତରଣ କରାଯାଉ । ସମ୍ଭାବ୍ୟ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରି ଆଜି ଏସବୁ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ବିଭାଗର ମନ୍ତ୍ରୀ, ଅଧିକାରୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ୟାସ୍ ମୁକାବିଲା ପ୍ରସ୍ତୁତି କିଭଳି ହୋଇଛି ତାର ପୂର୍ଣ୍ଣ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସହାୟତା ଯୋଗାଇ ଦେବା ଏବଂ ଉପଯୁକ୍ତ ସମୟରେ ଲୋକଙ୍କୁ ସ୍ଥାନାନ୍ତରଣ, ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ଯେପରି ବିଚ୍ଛିନ୍ନ ନହୁଏ ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି ।  ବାତ୍ୟା ଯୋଗୁଁ  ଯେପରି କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ନହୁଏ ସେନେଇ ବୈଠକରେ ଗୁରୁତ୍ୱରୋପ ସହ ସମସ୍ତଙ୍କର ସୁରକ୍ଷା କାମନା କରିଛନ୍ତି ।

ବାତ୍ୟା ୟାସ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ NDRFର ୪୬ଟି ଟିମ୍ ନିୟୋଜିତହୋଇଥିବା ବେଳେ ଆଉ ଅତିରିକ୍ତ ୧୩ ଦଳ ଆଜି ନିୟୋଜିତ ହେବେ ବୋଲି ସମୀକ୍ଷା ବୈଠକ ପରେ ସୂଚନା ମିଳିଛି । ସେହିଭଳି ଉଦ୍ଧାର ଓ ସହାୟତା କାଯର୍ୟରେ ନୌସେନା ଓ ତଟରକ୍ଷୀ ବାହିନୀର ଜାହାଜ ଓ ହେଲିକପ୍ଟରକୁ ମଧ୍ୟ ମୁତୟନ କରାଯିବ ।

Advertisment

ପ୍ରଧାନମନ୍ତ୍ରୀଙ୍କ ଏହି ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ, ଅନ୍ୟ ବରିଷ୍ଠ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବଙ୍କ ସମେତ ଅନ୍ୟ ବିଭାଗର ସଚିବମାନେ ଯୋଗ ଦେଇଥିଲେ।  ସେହିଭଳି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଟେଲିକମ୍, ଶକ୍ତି, ବେସାମରିକ ବିମାନ ମନ୍ତ୍ରାଳୟ, ଆର୍ଥ ସାଇନ୍ସ ବିଭାଗ, ରେଲେଓ୍ୱ, NDMA, IMD, NDRFର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Cyclone Yaas Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe