ଭୁବନେଶ୍ୱରରେ ଏକ ବିସ୍କୁଟ କାରଖାନାରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗରରେ ଆଉ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଛି। ସେଥିରୁ ୧୫୩ ଜଣ କ୍ୱାରେଣ୍ଟାଇନ୍ରୁ ଓ ୧୪୨ ଲୋକାଲ କଣ୍ଟାକ୍ଟ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।
Update on newly detected & cured #COVID19 cases in the last 24 hrs under the BMC area on 22nd Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/QcO5sCyJRk— BMC (@bmcbbsr) August 22, 2020
ପୁଲିସ ସିକ୍ୟୁରିଟି ୱିଙ୍ଗରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ରିଜର୍ଭ ପୁଲିସ କଲୋନିରୁ ୮, ଚନ୍ଦ୍ରଶେଖରପୁର HB କଲୋନିରୁ ୪, ରସୁଲଗଡ଼ରୁ ୪, ବିଜେବି ନଗରରୁ ୩, ବଡ଼ଗଡ଼ କେନାଲ ରୋଡରୁ ୩, ପଟିଆ କିଟ କ୍ୟାମ୍ପସରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଭୁବନେଶ୍ୱରରୁ ୧୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ବିଏମ୍ସି ଅଞ୍ଚଳରେ ଆଜି ସୁଦ୍ଧା ୭୦୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୨୧୯ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୭୫୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।